ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ଏବେ ରାଜ୍ୟରେ ହ୍ରାସ ପାଉଛି । କିନ୍ତୁ ଉପକୂଳର କିଛି ଜଲ୍ଲାରେ ଏବେ ସଂକ୍ରମିତ ସଂଖ୍ୟା ଚିନ୍ତାଜନକ ରହିଛି । ସେହିପରି ଜୁଲାଇ ୧ ରୁ ରାଜ୍ୟରେ ଆଂଶିକ ଲକଡାଉନ ରହିବ କି ଅନଲକ୍ ହେବ ତା ଉପରେ ସମସ୍ତଙ୍କ ନଜର । ଏହାରି ଭିତରେ ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି କି, ସବୁଦିନ ଲୋକଙ୍କୁ ଘରେ ରଖିବା ଠିକ୍ ନୁହେଁ । ସେମାନଙ୍କୁ ବାହାରକୁ ଆସିବାକୁ ପଡିବ । କାରଣ ଜୀବନ ଜୀବିକା କଥା । ସେମାନଙ୍କୁ ଜୀବନ ଓ ଜୀବିକା ଦୁଇଟି ଯାକୁ ସମାନ କରି ଚଳିବାକୁ ହେବ ।
ରାଜ୍ୟରେ ସଂକ୍ରମଣ କମିବା ସହ ସଂକ୍ରମଟ ମିଟର ଟିକେ ତଳ ଉପର ହେଉଛି । ସେହିଅନୁଯାୟୀ କଟକଣା ସର୍ବଦା ସମାନ ରହିବ । ଲୋକଙ୍କୁ କଟକଣା ମାନିବାକୁ ହେବ । ଯଦି ଲୋକେ ସଠିକ ଭାବେ କଟକଣା ମାନନ୍ତି ତେବେ ବିଶେଷ କଟକଣାର ଆବଶ୍ୟକ ପଡିବ ନାହିଁ ବୋଲି କହିଛନ୍ତି ଡାକ୍ତର ମହାନ୍ତି ।