ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ମହାସ୍ନାନ କରି ଜ୍ୱରରେ ପୀଡିତ ହୋଇ ଏବେ ଅଣସର ପିଣ୍ଡିରେ ଶ୍ରୀଜିଉ । ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଗୁପ୍ତ ସେବାରେ ଲାଗି ପଡିଛନ୍ତି ଦଇତାପତି ସେବକ । ବିଭିନ୍ନ ସେବା ଯେପରିକି ଅଣସରର ପଞ୍ଚମୀରେ ଶ୍ରୀଜିଙ୍କଠାରେ ଫୁଲୁରୀ ତେଲ ଲାଗି ହୋଇଥିଲା । ସେହିପରି ଷଷ୍ଠୀରେ ଶ୍ରୀଜିଉଙ୍କଠାରେ ଓଷ ଲାଗି ହୋଇଛି ।
ଏହି ଓଷ ସୁଦୁ ସୁଆରଙ୍କ ଘରୁ ଆସି ଶ୍ରୀଜଉଙ୍କଠାରେ ଲାଗି ହୋଇଛି । ଏହି ନୀତି ଦଶମୀ ପର୍ଯ୍ୟନ୍ତ ଚାଲିବ । ଏହା ଶ୍ରୀଜିଉଙ୍କ ଗୁପ୍ତ ନୀତି । ସେହିପରି ଦଶମୀ ତିଥିରେ ଚକାଲାଗି ଏବଂ ଦଶମୂଳମୋଦକ, ଦ୍ୱାଦଶୀ ତିଥିରେ ରାଜପ୍ରସାଦ ବିଜେ, ଘଣାଲାଗି, ଖଳିଲାଗି ଆଦି ନୀତି କରାଯିବ ।