ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ହେବା ପରେ ଏବେ ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ଏବେ ବସ ଚଳାଚଳ ପାଇଁ ଅନୁମତି ଦେଇଛନ୍ତି ସରକାର । ରାଜ୍ୟକୁ ବିଭକ୍ତ କରାଯାଇଥିବା ଦୁଇଟି କ୍ୟାଟେଗୋରୀ ମଧ୍ୟରୁ କେବଳ ଏ କ୍ୟାଟେଗୋରୀରେ ଥିବା ୨୦ ଜିଲ୍ଲାରେ ବସ ଚଳାଚଳ ହୋଇପାରିବ ବେୀଲି ସରକାର ଅନୁମତି ଦେଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି କି, ବସ ଚଳାଚଳ ନେଇ ଆଜି ଗାଇଡଲାଇନ ଆସିବ । ଏହାସହିତ ଆରଟିଓ ଏବଂ ବସ୍ ମାଲିକ ସଂଘକୁ ପରିବହନ ବିଭାଗ ପକ୍ଷରୁ ଗାଇଡଲାଇନ ଦିଆଯିବ ।
ବସ୍ ରେ ଯେତିକି ସିଟ୍ ସେତିକି ଯାତ୍ରୀ ଯାତ୍ରା କରିବେ । ତାହାଠାରୁ ଅଧି ଯାତ୍ରୀ ଯାତ୍ର କରିପାରିବେ ନାହିଁ । ଏହାସହିତ ବସ୍ ଭିତରେ ସମସ୍ତ ଯାତ୍ରୀ ଏବଂ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସବୁଦିନ ବସ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କିନ୍ତୁ କ୍ୟାଟେଗୋରି ବି ରେ ଥିବା ୧୦ ଜିଲ୍ଲା ମଧ୍ୟରେ କୌଣସି ବସ ଚଳାଚଳ କରିବ ନାହିଁ । ଜୁଲାଇ ୧୬ ଯାଏଁ ଏହି ଜିଲ୍ଲାରେ ବସ ଗଡିବ ପାରିବ ନାହିଁ ।