ଭୁବନେଶ୍ୱର (ଏଟିଆର ବ୍ୟୁରୋ): କରୋନାକୁ ମାତ୍ ଦେବା ପାଇଁ ଟୀକା ଏକମାତ୍ର ଅସ୍ତ୍ର ହୋଇଥିବା ବେଳେ ଏବେ ପୁଣି ରାଜ୍ୟରେ ଦେଖାଦେଇଛି ଟୀକା ଅଭାବ । ରାଜ୍ୟରେ ଆବଶ୍ୟକ ଅନୁଯାୟୀ କୋଭିସିଲ୍ଡ ଟୀକା ଉପଲବ୍ଧ ନାହିଁ ।ରାଜ୍ୟରେ ଟୀକା ନିଅଣ୍ଟ ହେବା ହେତୁ ଆଜି ରାଜ୍ୟରେ ୨୪ ଜିଲ୍ଲାରେ ଟୀକାକରଣ ବନ୍ଦ । ଟୀକାକରଣ ବନ୍ଦ ଥିବା ସେହି ଜିଲ୍ଲା ହେଉଛି ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ଦେବଗଡ଼, ଢେଙ୍କାନାଳ, ଗଜପତି, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ,କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନୟାଗଡ଼, ନୂଆପଡ଼ା, ପୁରୀ, ରାୟଗଡ଼ା ଓ ସୋନପୁର । କେବଳ ୨୨୦ ଟି କେନ୍ଦ୍ରରେ ଟୀକାକରଣ କରାଯିବ ।
ରାଜ୍ୟରେ ଏବେ ସୁଦ୍ଧା ମାତ୍ର ରାଜ୍ୟରେ ମାତ୍ର ୪୦ ହଜାର ୪୬୦ କୋଭିସିଲ୍ଡ ଓ ୩ ଲକ୍ଷ ୫୩ ହଜାର ୬୩୦ କୋଭାକ୍ସିନ୍ ମହଜୁଦ୍ ରହିଛି ।