ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତବର୍ଷ କରୋନା ପାଇଁ ବିନା ପରୀକ୍ଷାରେ ମାଟ୍ରିିକ ରେଜଲ୍ଟ ପ୍ରକାଶ ପାଇବା ପରେ ମାର୍କକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଏହାପରେ ବିଏସଇ ବୋର୍ଡ ପକ୍ଷରୁ ଅଫ୍ ଲାଇନ ପରୀକ୍ଷା କରିବାର ଘୋଷଣା କରାଯାଇଥିଲା । ସେହିଅନୁଯାୟୀ ଜୁଲାଇ ୩୦ ରୁ ଆରମ୍ଭ ହେବ ମାଟ୍ରିକ ଅଫଲାଇନ ପରୀକ୍ଷା ।ଏହା ଅଗଷ୍ଟ ୫ ଯାଏଁ ଚାଲିବ । ସେଥିପାଇଁ ଆସନ୍ତା ୧୮ ତାରିଖ ସୁଦ୍ଧା ସେଣ୍ଟର ନିର୍ଦ୍ଧାରଣ କରାଯିବ । ସେହିପରି ସେଣ୍ଟର ଗୁଡିକରେ ଆସନ୍ତା ୨୮ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ଏବଂ ଓଏମଆର ସିଟ୍ ପହଁଚିବ ।
କେତେ ଛାତ୍ରାଛାତ୍ରୀ ପରୀକ୍ଷା ଦେବେ ତାକୁ ଦେଖି ପରୀକ୍ଷା କେନ୍ଦ୍ର ସ୍ଥିର କରାଯିବ । ଗୋଟେ ସେଣ୍ଟରରେ ଅଧିକରୁ ଅଧିକ ଶହେ ଜଣ ଛାତ୍ରଛାତ୍ରୀ ପରିକ୍ଷା ଦେବା ଲାଗି ବ୍ୟବସ୍ଥାମାନ କରାଯାଉଛି । ଅନ୍ୟପଟେ ଅଫଲାଇନ ପରୀକ୍ଷା ପାଇଁ ହେଉଥିବା ଫର୍ମ ପୂରଣ ଆସନ୍ତାକାଲି ଶେଷ ହେଉଛି ।