ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରାମମନ୍ଦିର ଭକ୍ତଙ୍କ ପାଇଁ ଖୁସୀ ଖବର । ନିର୍ଦ୍ଧାରିତ ସମୟର ଏକ ବର୍ଷ ପୂର୍ବରୁ ଅର୍ଥାତ ୨୦୨୩ ରେ ରାମମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରିପାରିବେ ଭକ୍ତ । ଏନେଇ ଦୁଇ ଦିନିଆ ରାମମନ୍ଦିର ନିର୍ମାଣ ସମିତି ବୈଠକରେ ନିଷ୍ପତି ନିଆଯାଇଛି । ଏହାସହିତ ରାମମନ୍ଦିର ପରିସର ଇକୋ ଫ୍ରେଣ୍ଡଲି କରାଯିବ । ଏଠାେ ତ୍ରେତୟା ଯୁଗର ସୁନ୍ଦର ଦୃଶ୍ୟ ସାଙ୍ଗକୁ ଭକ୍ତମାନଙ୍କ ପାଇଁ ଆଧୁନିକ ସୁବିଧା କରାଯିବ । ୨୦୨୫ ପୂର୍ବରୁ ସମସ୍ତ ପରିବେଶ ବିକଶିତ କରାଯିବ ।
ଗୁରୁବାର ଶେଷ ହୋଇଛି ରାମମନ୍ଦିର ନିର୍ମାଣ ସମିତି ବୈଠକ । ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଦୁଇ ଦିନିଆ ବୈଠକରେ ରାମମନ୍ଦିର ଜନ୍ମଭୂମି ପରିସରର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବା ସହିତ ମନ୍ଦିରର ଭବ୍ୟତା ଏବଂ ସୁରକ୍ଷା ଉପରେ ଆଲୋଚନା କରାଯାଇଛି । ପୂର୍ବରୁ ୨୦୧୪ ରେ ରାମନ୍ଦିର ନିର୍ମାଣ ହେବାର ଲକ୍ଷ୍ୟ ଥିଲା କିନ୍ତୁ ଏବେ ଏହାକୁ ଏବେ ୨୦୨୩ କରାଯାଇଛି । ୨୦୨୩ ପରେ ରାମମନ୍ଦିର ଗର୍ଭଗୃହରେ ପୂଜା ଏବଂ ଦର୍ଶନ ହୋଇ ପାରିବ ।