ପୁରୀ (ଏଟିଆର ବ୍ୟୁରୋ): ନବଦିନାତ୍ମକ ଯାତ୍ରାର ଆଜି ଶ୍ରୀଜିଙ୍କ ବିନା ଭକ୍ତରେ ଶେଷ ଦର୍ଶନ ଥିବା ବେଳେ ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେପରି କଟକଣା ଉଲ୍ଲଂଘନ ନହୋଇ ସୁରୁଖୁରୁରେ ହେବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଆସନ୍ତାକାଲି ବାହୁଡା ଯାତ୍ରା । ବିନା ଭକ୍ତରେ ଚତୁର୍ଦ୍ଧା ମୂରତିଙ୍କ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡିବ । ସେଥିପାଇଁ ପୁରୀ ସହରରେ ଲାଗୁ ହେବ ୧୪୪ ଧାରା । ଆଜି ରାତି ୮ଟାରୁ କର୍ଫ୍ୟୁ ଲାଗୁ ହୋଇ ୨୧ ତାରି ରାତି ୮ଟା ଯାଏଁ ବଳବତ୍ତର ରହିବ । ଏହାସହିତ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ବଡ ଦାଣ୍ଡରେ ପୋଲିସ ଫୋର୍ସ ମୁତୟନ ହେବା ସହ ଚେକିଂ କଡା କଡି କରୁଛନ୍ତି । କର୍ଫ୍ୟୁ ସମୟରେ ପୁରୀର ସମସ୍ତ ପ୍ରବେଶ ପଥ ସିଲ କରାଯିବ ।