ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ ଖସୁଛି ତ ପୁଣି କେତେବେଳେ ବଢୁଛି । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯୫୫ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୬୯୩ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।
6. Boudh: 5
7. Cuttack: 335
8. Deogarh: 1
9. Dhenkanal: 54
10. Gajapati: 5
11. Ganjam: 11
12. Jagatsinghpur: 112
13. Jajpur: 113
14. Jharsuguda: 9
15. Kalahandi: 11
16. Kandhamal: 15
17. Kendrapada: 50
18. Keonjhar: 21
19. Khurda: 230
20. Koraput: 6
21. Malkangiri: 35— I & PR Department, Odisha (@IPR_Odisha) July 19, 2021
22. Mayurbhanj: 77
23. Nawarangpur: 12
24. Nayagarh: 73
25. Nuapada: 7
26. Puri: 67
27. Rayagada: 21
28. Sambalpur: 24
29. Sonepur: 10
30. Sundargarh: 33
31. State Pool: 44New recoveries: 2492
Cumulative tested: 15135862
Positive: 955974
Recovered: 930418
Active cases: 20387— I & PR Department, Odisha (@IPR_Odisha) July 19, 2021
ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୨୪୯୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୫୫୯୭୪ ରହିଥିବା ବେଳେ ଏହି ରୋଗରୁ ୯୩୦୪୧୮ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୨୦୩୮୭ ଜଣ ଚିକିତ୍ସିତ ହେଉଛନ୍ତି ।