ପୁରୀ (ଏଟିଆର ବ୍ୟୁରୋ): ଆଜି ହେଉଛି ଶ୍ରୀଜିଙ୍କ ପବିତ୍ର ବାହୁଡା ଯାତ୍ରା । ଭାଇ ଭଉଣୀଙ୍କୁ ନେଇ ଶୀମନ୍ଦିର ଅଭିମୁଖେ ବାହୁଡିବେ କାଳିଆ ସାଆନ୍ତ । ବିନା ଭକ୍ତରେ ଶ୍ରୀକ୍ଷେତ୍ରରେ ଚାଲିଛା ମହାପ୍ରଭୁଙ୍କ ବାହୁଡା ଯାତ୍ରା । ବାହୁଡା ଯାତ୍ରା ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଲଗା ଯାଇଛି । ୨୧ ତାରିଖ ରାତି ୮ଟା ଯାଏଁ ସହରରେ କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୋଲିସ ଛାଉଣୀରେ ପୁରୀ ସହର । ପୋଲିସ ଫୋର୍ସ ଛକ ଛକରେ ଜଗିବା ସହ ଚାରିଆଡେ ପଇଁତରା ମାରି ପାଟ୍ରୋଲିଙ୍ଗ କରୁଛି ।
କଟକଣାରେ ଯେପରି ଉଲ୍ଲଂଘନ ନହେବ ସେନେଇ ଚେକିଂ କଡାକଡି କରିଛି ପୋଲିସ । ପୁରୀ ସହରର ମୁଖ୍ୟ ପ୍ରବେଶ ପଥକୁ ସିଲ କରାଯାଇଛି । ବାହାର ଜିଲ୍ଲାର ଲୋକଙ୍କ ସହର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଏହାସହିତ ବଡଦାଣ୍ଡ ଉପରେ ଥିବା ଘରର ଛାତ ଉପରେ ଲୋକଙ୍କୁ ରଥ ଦେଖିବାକୁ ବାରଣ କରାଯାଇଛି ।