ପୁରୀ (ଏଟିଆର ବ୍ୟୁରୋ): ରଥ ଉପରେ ସମସ୍ତ ନୀତିକାନ୍ତି ସରିବା ପରେ ପ୍ରଥମ ବଡଭାଇ ବଳଭଦ୍ର ତାପରେ ଭଉଣୀ ସୁଭଦ୍ରା ବଡଦେଉଳ ଅଭିମୁଖେ ବାହୁଡିବା ପରେ ଏବେ ବାହୁଡିଛନ୍ତି କାଳିଆ ସାଆନ୍ତ । କାଳିଆର ନନ୍ଦୀଘୋଷ ଏବେ ବଡଦେଉଲ ଆଡକୁ ଗଡିବା ଆରମ୍ଭ କରିଛି । ବିନା ଭକ୍ତରେ ଆଗେଇ ଚାଲିଛି କାଳିଆ ।
ରଥ ଉପରେ ଛେରା ପହଁରା ସରିବା ପରେ ରଥର ଚାରମାଳ ଖୋଲା ଯାଇ ରଥରେ ଘୋଡା ଯୋଚା ଯାଇଥିଲା । ଏହାପରେ ରଥ ଗଡିବା ଆରମ୍ଭ କରିଛି । ଘର ଘର ନାଦ କରି ଆଗକୁ ଗଡି ଚାଲିଛି ରଥ । ବିନା ଭକ୍ତରେ ସେବାୟତ ମାନେ ଭକ୍ତ ସାଜି ଟାଣି ନେଉଛନ୍ତି କଳା ଠାକୁର ଜଗନ୍ନାଥଙ୍କ ନନ୍ଦୀଘୋଷ ରଥ ।