ପୁରୀ (ଏଟିଆର ବ୍ୟୁରୋ): ରଥ ଉପରେ ଶେଷ ହୋଇଛି ଶ୍ରୀଜିଉଙ୍କ ସମସ୍ତ ଲୀଳାଖେଳା । ଜନ୍ମବେଦୀର ଲୀଳାଖେଳା ସରିବା ପରେ ଏବେ ନୀଳକନ୍ଦର ବିଜେ କରିବେ ଶ୍ରୀଜିଉ । ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ରତ୍ନବେଦୀରେ ବିରାଜମାନ ହେବେ ଦାରୁଦିଅଁ । ନୀଳକନ୍ଦର ବିଜେ ସମୟରେ ବଡଭାଇ ଏବଂ ଭଉଣୀଙ୍କୁ ମନ୍ଦିର ଭିତରକୁ ଛାଡିଦେବେ ମା ଲକ୍ଷ୍ମୀ ସାଆନ୍ତାଣୀ ହେଲେ ସ୍ୱାମୀ କାଳିଆ ସାଆନ୍ତକୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ । କାଳିଆର ବାଟ ଓଗାଳିବେ ମା ସାଆନ୍ତାଣି ।
କାଳିଆ ଏବଂ ମା ସାଅନ୍ତାଣୀଙ୍କ ମଧ୍ୟରେ କଳି ସମ୍ପନ୍ନ ହେବା ପରେ ଶେଷରେ ମା ସାଆନ୍ତାଣିଙ୍କ ପାଇଁ ଆଣିଥିବା ରସଗୋଲା ଦେଇ ମନ ଜିଣିବେ ଏବଂ ମନ୍ଦିର ଭିତରକୁ ପ୍ରବେଶ କରିବେ କାଳିଆ ସାଆନ୍ତ ।