ଭୁବନେଶ୍ୱର (ଏଟିଆର ବ୍ୟୁରୋ): କ୍ଲାସରେ ବସି ପାଠ ପଢିବେ ଛାତ୍ରଛାତ୍ରୀ । ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ହେବ କ୍ଲାସ । ସ୍କୁଲ ସକାଳ ୧୦ ଟାରୁ ଆରମ୍ଭ ହୋଇ ଦିନ ସାଢେ ଗୋଟାଏ ଯାଏଁ ଚାଲିବ । କୋଭିଡ କଟକଣା ଭିତରେ ସମସ୍ତ ଗାଇଡଲ।ଇନ ପାଳନ କରି ପାଢ ପଢିବେ ଛାତ୍ରଛାତ୍ରୀ । ସେଥିପାଇଁ ସମସ୍ତେ ପ୍ରସ୍ତୁତ ।
ସେଥିପାଇଁ ସ୍କୁଲର କ୍ଲାସ ରୁମ୍ ଗୁଡିକୁ ସାନିଟାଇଜ କରାଯାଇଛି । ଏହାସହିତ ସ୍କୁଲରେ ପାଣି ଏବଂ ସାନିଟାଇଜରର ବ୍ୟବସ୍ଥା ମଧ୍ୟ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ସ୍କ୍ରିନିଂ କରି କ୍ଲାସ ଭିତରକୁ ପ୍ରବେଶ କରାଯିବ । ସ୍କୁଲ ଆରମ୍ଭ ହେବା ପରେ ନନଷ୍ଟପ କ୍ଲାସ ଚାଲିବ । ନା ହେବ ପ୍ରାର୍ଥନା ନା ହେବ ଟିଫିନ୍ ବ୍ରେକ । ସମସ୍ତ ସରକାରୀ ଛୁଟି ଏବଂ ରବିବାର ଦିନ ସ୍କୁଲ ବନ୍ଦ ରହିବ । ସେହିପରି କରୋନା ଲକ୍ଷଣ ଯୁକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲରେ ଆଇସୋଲେସନ ରୁମ୍ ର ବ୍ୟବସ୍ଥା ମଧ୍ୟ କରାଯାଇଛି ।