ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ମହାଦେବଙ୍କ ଭକ୍ତିରେ ଲୀନ ଭକ୍ତ । ପୂଜା-ବ୍ରତ ସହ କରି ଚାଲିଛନ୍ତି ରୁଦ୍ରାଭିଶେକ । ମାସ ସାରା ପୁରା ନିୟମରେ ରହିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସମ୍ଭବ ନୁହେଁ କିନ୍ତୁ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଏହିମାସରେ ପୂରା ନିୟମ ପାଳନ କରୁଛନ୍ତି । ସେହିପରି ଧର୍ମପୁରାଣରେ କିଛି ନିୟମ ରହିଛି ଯାହାକୁ ପାଳନ କରିବା ଦ୍ୱାରା ମହାଦେବଙ୍କ କୃପା ଲାଭ କରିପାରିବେ । ଏହାସହିତ ରୋଗରୁ ମଧ୍ୟ ମୁକ୍ତ ମୁକ୍ତ ହୋଇ ପାରିବେ । ତେବେ ଆସନ୍ତୁ ଜାଣିବା ଶ୍ରାବଣ ମାସରେ କଣ ସେବନ କରିବା ଉଚିତ୍ ନୁହେଁ ।
– ଶ୍ରାବଣ ମାସରେ ପାଳଙ୍ଗ , ମେଥି ଏବଂ ବଥୁଆ ଶାଗ ଖାଇବା ଉଚିତ୍ ନୁହେଁ । ଏହାସହିତ ପତ୍ର କୋବି ମଧ୍ୟ ସେବନ କରିବା ଉଚିିତ୍ ନୁହେଁ ।
– ପିଆଜ-ରସୁଣ, ଆମିଷ, ମସଲାଯୁକ୍ତ ଖାଦ୍ୟ ସେବନ କରିବା ଉଚିତ୍ ନୁହେଁ ।
– କୌଣିସି ନିଶା-ଦ୍ରବ୍ୟ ସେବନ କରିବା ଉଚିତ୍ ନୁହେଁ ।
– ବାଇଗଣ ଏବଂ ମୂଳା ଖାଇବା ଉଚିତ୍ ନୁହେଁ ।
– ଶ୍ରାବଣ ମାସରେ ମହାଦେବଙ୍କଠାରେ କଞ୍ଚା ଖୀର ଅର୍ପଣ କରିବା ଅତ୍ୟନ୍ତ ଶୁଭ କିନ୍ତୁ ଏହି ମାସରେ କଞ୍ଚା ଖୀର ସେବନ କରିବା ଉଚିତ୍ ନୁହେଁ । ।
– ଏହି ମାସରେ ପାନ-ସୁପାରୀ ମଧ୍ୟ ଖାଇବା ଉଚିତ ନୁହେଁ ।
– ଅଧିକ ଖଟା ଏବଂ ମିଟା ଜିନିଷ ମଧ୍ୟ ଖାଇବା ଉଚିତ୍ ନୁହେଁ ।
– ସେହିପରି ମହୁ ଖାଇବା ମଧ୍ୟ ନିଷେଧ ।