ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବକଙ୍କ ଦ୍ୱାରା ଶ୍ରୀଜିଉଙ୍କ ବନକଲାଗି ନୀତି ଆରମ୍ଭ ହେବ ।
ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ଆଜି ଅପରାହ୍ନରେ ଗର୍ଭର୍ଗୃହକୁ ପ୍ରବେଶ କରିବେ ଦତ୍ତମହାପାତ୍ର ସେବକ । ମହାପ୍ରଭୂଙ୍କ ଶ୍ରୀମୁଖ ଶୃଙ୍ଗାର ପାଇଁ ପାରମ୍ପରିକ ହିଙ୍ଗୁଳ, କେଶର , କର୍ପୂର୍ର, କଇଥ ଅଠା , କସ୍ତୁରୀ , ଶଙ୍ଖ ଆଦି ବ୍ୟବହାର ହୋଇଥାଏ ।
ଏହି ନୀତି ଏକ ଗୁପ୍ତ ନୀତି । ସେଥିପାଇଁ ଏହି ନୀତି ସମୟରେ ମହାପ୍ରଭୁଙ୍କ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିଥାଏ । କିନ୍ତୁ କରୋନା ପାଇଁ ଏବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଛି ।