ଉତ୍ତର ପ୍ରଦେଶ (ଏଟିଆର ବ୍ୟୁରୋ): ଉତ୍ତରପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ରାଜ ବାବର ଆଜି ମହିଳା କଂଗ୍ରେସ ରାଷ୍ଟ୍ରିୟ ମହାସଚିବ ତଥା ପ୍ରଦେଶ ମହିଳା କଂଗ୍ରେସ ପ୍ରଭାରୀ ଅନୁପମା ରାୱତଙ୍କ ଉପସ୍ଥିତିରେ ମାଲ ଏଭିନ୍ୟୁ ସ୍ଥିତ କାର୍ଯ୍ୟାଳୟରେ ‘ପ୍ରୋଜେକ୍ଟ ଶକ୍ତି’ ଲଂଚ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଅଧ୍ୟକ୍ଷ ରାଜ ବବାର କହିଛନ୍ତି ଯେ, ପ୍ରୋଜେକ୍ଟ ଶକ୍ତି ସହାୟତାରେ କଂଗ୍ରେସର ମହିଳା କର୍ମୀମାନେ ସିଧାସଳଖ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହିତ ବାର୍ତ୍ତାଳାପ କରିପାରିବେ । ରାହୁଲ ଗାନ୍ଧୀ ପ୍ରୋଜେକ୍ଟ ଶକ୍ତି ସହାୟତାରେ ମହିଳାଙ୍କୁ ସଶକ୍ତିକରଣ ବନେଇବା କାର୍ଯ୍ୟ କରିବେ ।
ଏହା ବ୍ୟତୀତ କଂଗ୍ରେସ ପ୍ରବକ୍ତା ଶୁଚି ବିଶ୍ୱାସ କହିଛନ୍ତି, କଂଗ୍ରେସ ମହିଳାଙ୍କ ପାଇଁ ମଧ୍ୟ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ଏହାଦ୍ୱାରା ସାଧାରଣ କଂଗ୍ରେସ ମହିଳାକର୍ମୀଙ୍କ ଠାରୁ ବିଚାର ଓ ପ୍ରସ୍ତାବ ଜାଣିବାରେ ସହାୟତା ମିଳିବ । ଏହି ଟୋଲ ଫ୍ରି ନମ୍ବରକୁ ଭୋଟର ଆଇଡି ସହ ଲିଂକ କରି ହ୍ୱାଟସଆପ୍, ମେସେଜ ଆଦି ସହାୟତାରେ ୟୁପିର କଂଗ୍ରେସ ମହିଳାକର୍ମୀମାନେ ସିଧାସଳଖ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ସଂପର୍କ କରିପାରିବେ ।