ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶା ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛିି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଭାବେ ଆଇଏଏସ ଅଶୋକ ମୀନାଙ୍କୁ ନିଯୁକ୍ତି କରାଯାଇଛି । ବର୍ତ୍ତମାନ ସେ ଅର୍ଥ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଉଛନ୍ତି ।
ସେହିପରି କ୍ରୀଡା ଓ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ହୋଇଛନ୍ତି ଅର୍ଥ ବିଭାଗର ପ୍ରମୁଖ ସଚିବ । ଅନ୍ୟପଟେ ଷ୍ଟିଲ ଓ ଖଣିଜ ସମ୍ପାଦକ ବିଭାଗ ପ୍ରମୁଖ ସଚିବ ଭାବେ ଡିକେ ସିଂହ, ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଭାବେ ସୁରେନ୍ଦ୍ର କୁମାରଙ୍କୁ ନିଯୁକ୍ତି କରାଯାଇଛି । ଏହାସହିତ ପର୍ଯ୍ୟଟନ ବିଭାଗର ଅତିରିକ୍ତ ଭାର ମଧ୍ୟ ସୁରେନ୍ଦ୍ର କୁମାର ତୁଲାଇବେ । ଏହାବ୍ୟତିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର ଭିନେଲକ୍ରିଷ୍ଣାଙ୍କୁ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ଅତିରିକ୍ତ ଭାବେ ନିଯୁକ୍ତ କରାଯାଇଛି ।