ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଶ୍ରାବଣ ମାସର ପ୍ରଥମ ଏକାଦଶୀ ହେଉଛି କାମଦା ଏକାଦଶୀ । ଏହା ଶ୍ରାବଣ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପଡିଥାଏ । ସେହିପରି ଆଜି ହେଉଛି କାମଦା ଏକାଦଶୀ । ଏହିଦିନ ବିଧି ବିଧାନ ସହ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ବ୍ରତ ରଖିବା ସହ ପୂଜା ସମୟରେ ଏକାଦଶୀ ବ୍ରତ କଥା ଶୁଣା ଯାଇଥାଏ । ଭଗବାନ ବିଷ୍ଣୁଙ୍କ କୃପାରୁ ବ୍ୟକ୍ତିଙ୍କ ସମସ୍ତ ପାପ କ୍ଷୟ ହୋଇଥାଏ ଏବଂ ମନସ୍କାମନା ପୁରଣ ହୋଇଥାଏ ।
କାମଦା ଏକାଦଶୀର ବ୍ରତ ପାରଣ ୫ ଅଗଷ୍ଟ ସକାଳ ୫ ଟା ୪୫ ମିନିଟରୁ ସକାଳ ୮ ଟା ୨୬ ମିନିଟ ମଧ୍ୟରେ କରିବାର ମୁହୂର୍ତ୍ତ ରହିଛି ।
ଏହି ଏକାଦଶୀ ଦିନ ପୂଜା ଶେଷରେ ଭଗବାନ ବିଷ୍ଣୁଙ୍କ ଆରତୀ କରିବା ଆବଶ୍ୟକ । ଧାର୍ମିକ ମାନ୍ୟତାନୁସାରେ ଆରତୀ ଦେବତାମାନଙ୍କ ଗୁଣଗାନ ଏବଂ ଏହାଦ୍ୱାରା ପୂଜାରେ ରହିଯାଇଥିବା ଅଭାବ ପୂର୍ଣ୍ଣ ହୋଇଥାଏ । ସେଥିପାଇଁ ପୂଜା ପରେ ଆରତୀ କରାଯାଇଥାଏ ।