ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଯୁକ୍ତ ୨ କଳା,ବିଜ୍ଞାନ,ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ଆଜିଠୁ ନାମ ଲେଖା ଆରମ୍ଭ । ଦିନ ୧୧ ଟାରୁ ଖୋଲିବ ସାମସ ପୋର୍ଟଲ । ସେପ୍ଟେଟର ୫ ତାରିଖରେ ଆବେଦନର ଶେଷ ତାରିଖ ରଖାଯାଇଛି । ସେପ୍ଟେମ୍ବର ୧୩ ତାରିଖ ଦିନ ୧୧ ଟା ୩୦ ରେ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟେମ୍ବର ୧୪ ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ ।
ସେହିପରି ୨୭ ତାରିଖ ଅପରାହ୍ନ ୪ ଟାରେ ଦ୍ୱିତୀୟ ମେରିଟ ଲିଷ୍ଟ ପ୍ରକାଶ ପାଇବ । ସେପ୍ଟମ୍ବର ୧ ଅକ୍ଟୋବର ମଧ୍ୟରେ ଏହି ପିଲାମାନେ ନାମ ଲେଖାଇବ । ଅକ୍ଟୋବର ୪ ତାରିଖରେ ସ୍ପଟ ନାମଲେଖା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦-୩୪୫-୬୭୭୦ ଜାରି କରାଯାଇଛି ।
ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯୦୦ ଟି ସିଟ୍ ବୃଦ୍ଧି କରାଯାଇଛି । ୭୨ହଜାର ସିଟ୍ ବୃଦ୍ଧି ପାଇଁ ଆବେଦନ କରିଥିଲେ ବିଭିନ୍ନ ସ୍କୁଲ । କଳାରେ ସିଟ ପାଇଁ ୪୦ହଜାର ଆବେଦନ ଆସିଥିଲା କିନ୍ତୁ ୩୮ହଜାରସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି ।
ସେହିପରି ବିଜ୍ଞାନରେ ସିଟ୍ ପାଇଁ ୨୫ ହଜାର ଆବେଦନ ଆସିଥିଲା ୧୩ ହଜାର ଅନୁମତି ଦିଆଯାଇଛି । ବାଣିଜ୍ୟରେ ୪ହଜାର ଆବେଦନରୁ ୩ହଜାର୯୦୦ ସିଟକୁ ଅନୁମତି ମିଳିଛି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ ୫୪ ହଜାର ୯ଶହ ସିଟ ବୃଦ୍ଧି କରାଯାଇଛି ।