ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବା କାରଣରୁ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ଘଡଘଡି ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ସୂଚନାସାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ରାଜ୍ୟମାନଙ୍କ ମଧ୍ୟରେ ରହିଛି କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ନବରଙ୍ଗପୁର ଓ କୋରାପୁଟ ଆଦି ଜିଲ୍ଲାରେ ବର୍ଷା ହେବା ନେଇ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲେ ଓଡିଶାରେ ବର୍ଷା ହୋଇଥାଏ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ବର୍ଷା ଲାଗି ରହିବା ସହ ଅଳ୍ପ କେତେକ ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଏହି ସମୟରେ ମଧ୍ୟରେ କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ସୁନ୍ଦରଗଡ,ଝାରସୁଗୁଡା,ନବରଙ୍ଗପୁର,କନ୍ଧମାଳ,କୋରାପୁଟ,ଗଜପତି, କଟକ,ଖୋର୍ଦ୍ଧା,ଓ ରାୟଗଡା ଆଦି ଜିଲ୍ଲାରେ କାଳବୌଶାଖୀ ହେବାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାତ୍ର ୧୬ ରୁୁ ୨୦ ପର୍ଯ୍ୟନ୍ତ ବର୍ଷା ବଢିବ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରରେ ୫୭ ମିଲିମିଟର ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୪୫ ମିଲିମିଟର,କୋରାପୁଟ ଜିଲ୍ଲାରେ ୪୨ ମିଲିମିଟର,ବଲାଙ୍ଗୀରରେ ୧୩ ମିଲିମିଟର,ଓ କଟକରେ ୮ ମିଲିମିଟର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।