ପୁରୀ(ଏଟିଆର ବ୍ୟୁରୋ): ଏଣିକି ବାହର ଜିଲ୍ଲାର ଲୋକମାନେ ମଧ୍ୟ ପୁରୀ ସ୍ୱର୍ଗଦ୍ୱାରରେ କରିପାରିବେ ନିଜ ପରିଜନଙ୍କ ଶବ ସତ୍କାର । ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଶବ ସତ୍କାର ସମୟରେ କରୋନା କଟକଣା କଡାକଡି ଭାବେ ପାଳନ କରାଯିବ ।
ଏହି ଶବ ସତ୍କାର ସମୟରେ ଅନ୍ତ୍ୟେଷ୍ଟି ସ୍ଥଳରେ ୧୦ ଜଣ ଉପସ୍ଥିତ ରହିପାରିବେ । ଏବେ ସେ କଟକଣା ହଟିଥିବା ବେଳେ ମୃତକଙ୍କ କୋଭିଡ ନେଗେଟିଭ ରିପେର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ରାଜ୍ୟରେ ଦିନକୁ ଦିନ କରୋନା ମହାମାରୀର ପ୍ରକୋପ ବଢୁଥିବାକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେହିପରି ପୁରୀକୁ ଅଧିକରୁ ଅଧିକ ସଂଖ୍ୟକ ଲୋକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକ ଆସୁଛନ୍ତି । ଏବଂ ଏହା ଶନିବାର ରବିବାର ସଟଡାଉନ ଥିଲେ ମଧ୍ୟ ଶବଦାହ କରାଯାଇପାରିବ । ତେଣୁ କୋଭିଡ ବ୍ୟାପକର ଆଶଙ୍କା ଦେଖି ପୁରୀ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି ।