ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରିଲିଆନ୍ସ ଜିଓ ତାର ସବୁଠାରୁ ଶସ୍ତା ୪ଜି ଫୋନ ଜିଓଫୋନ୍ ନେକ୍ସଟକୁ ଭାରତୀୟ ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତ । କିନ୍ତୁ ଫୋନ୍ ଟି ଲଞ୍ଚ ହେବା ପୂର୍ବରୁ ଏକ ଲିକ୍ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଏହି ଫୋନ୍ ର ଫିଚର୍ସ ଲିକ୍ ହୋଇଛି । ସେପ୍ଟେମ୍ବର ୧୦ ରେ ଭାରତରେ ଏହି ଫୋନ ବିକ୍ରି ପାଇଁ ଉପଲବ୍ଧ ହେବ ।
ଏକ ଲିକ୍ ରିପୋର୍ଟ ଦାବି କରାଯାଇଛି କି, ଏହି ଫୋନରେ ୧୩ ମେଗାପିକ୍ସଲର ସିଙ୍ଗଲ ରିୟର କ୍ୟାମେରା ଦିଆଯାଇଛି । ଏହାବ୍ୟତିତ ଫୋନକୁ କ୍ୱାଲକମ ପ୍ରୋସେସର ସହିତ ଲଞ୍ଚ କରାଯିବ । ଫୋନରେ ଏଚଡି ପ୍ଲସ ଡିସପ୍ଲେ ଏବଂ ଏଥିରେ ଆଣ୍ଡ୍ରୋଏଡ ୧୧ ଗୋ ଏଡିସନ ଦିଆଯାଇଛି ।
ଜିଓଫୋନ୍ ନେକ୍ସଟର ଫିଚର୍ସକୁ ନେଇ ଏକ୍ସଡିଏ ଡେଭଲପର୍ସ କିଛି ସୂଚନା ଦେଇଛନ୍ତି । ସେହିଅନୁଯାୟୀ ଏହି ଫୋନର ମଡେଲ ନଂ ଏଲଏସ-୫୭୦୧-ଜେ ରହିବ ଏବଂ ଏହାର ଡିସପ୍ଲେ ୭୨୦ଞ୍ଚ୧୪୪୦ ପିକ୍ସଲ ରିଜ୍ୟୁଲୁସନକୁ ସପୋର୍ଟ କରିବ । ଏଥିରେ କ୍ୱାଲକମର କ୍ୟୁଏମ୨୧୫ ପ୍ରୋସେସର ରହିବ ଯାହା ଏକ କ୍ୱାଡକୋର ପ୍ରୋସେସର । ଗ୍ରାଫିକ୍ସ ପାଇଁ ଏଥିରେ ଏଡ୍ରିନୋ ୩୦୮ ଜିପିୟୁ ଦିଆଯିବ ।
ଏକ୍ସ୫ ଏଲଟିଇ ମଡମ ର ସପୋର୍ଟ ସହିତ ଏହି ଫୋନ ବଜାରକୁ ଆସିବ । କନେକ୍ଟିଭିଟି ପାଇଁ ଏଥିରେ ବ୍ଲୁଟୁଥ ଭି୪.୨ ଏବଂ ଜିପିଏସ ଭଳି ସୁବିଧା ସୁବିଧା ଦିଆଯିବ । ଏହି ଫୋନର ରିୟର କ୍ୟାମେରା ୧୦୮୦ ପିକ୍ସଲ ଅର୍ଥାତ ପୁରା ଏଚଡିରେ ରେକଡିଂ ପାଇଁ ସକ୍ଷମ ହେବ । ସେହିପତି ସେଲ୍ଫି ପାଇଁ ୮ ଏମପି ର ଫ୍ରଣ୍ଟ କ୍ୟାମେରା ।