ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି କୌଣସି ଜାତକରେ ସାଢେସାତୀ ଶନି ଚାଲୁଛି ତେବେ ସେହି ବ୍ୟକ୍ତି ଶନିଙ୍କ ସାଢେସାତୀ ପ୍ରଭାବ କମ କରିବା ପାଇଁ କିଛି ଉପାୟ ଅବଲମ୍ବନ କରନ୍ତୁ । ଏହାଦ୍ୱାରା ଶନି ଦୋଷ ଦୂର ହେବ ଏବଂ ଶନି ଦେବ ସେହି ବ୍ୟକ୍ତିଙ୍କ ଉପରେ ପ୍ରଶନ୍ନ ହେବେ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟ ଅବଲମ୍ବନ କରିବା ଦ୍ୱାରା ଶନ୍ନି ପ୍ରଶନ୍ନ ହୋଇଥାନ୍ତି ।
– ଶନିବାର ଦିନ ସକାଳୁ ସ୍ନାନ କରି ଶନିଦେବଙ୍କୁ ପୂଜା କରନ୍ତୁ । ଏବଂ ଶନିଦେବଙ୍କର ଏହି ମନ୍ତ୍ର ଓଂ ପ୍ରାଂ ପ୍ରିଂ ପ୍ରୌଂ ସଃ ୧୧ ଥର ଯପ କରନ୍ତୁ ।
– ଶନିବାର ଦିନ ବରଗଛ ମୂଳେ ଏକ ଢାଳ ଜଳ ଚଢାଇ ,ଶନିଦେବଙ୍କ ନାମ ଉଚ୍ଚାରଣ କରି ୫ ଥର ପରିକ୍ରମା କରନ୍ତୁ । ଏହାଦ୍ୱାରା ଶନିଙ୍କ କୃପା ଲାଭ ହୋଇଥାଏ ।
– ଶନିବାର ସଂଧ୍ୟାରେ ହନୁମାନ ମନ୍ଦିର ଯାଇ ହନୁମାନ ଚାଳିଶା ପାଠ କରନ୍ତୁ ।
– ଶନିବାର ଦିନ ଶନିଦେବଙ୍କ ବ୍ରତ ରଖି ଭଗବାନ ଖିଚିଡି ଭୋଗ ଲଗାନ୍ତୁ । ଏଭଳି ପ୍ରତ୍ୟେକ ଶନିବାର କରିବା ଶନିଦେବ ପ୍ରଶନ୍ନ ହୋଇଥାନ୍ତି ।