ଭୁବନେଶ୍ୱର(ଏଟିଆର ବ୍ୟୁରୋ): କରୋନା ପରେ ଏବେ କାଳ କଲାଣି ଡେଙ୍ଗୁ । ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର କରି ଚାଲିଲାଣି । ଜତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୫୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ ଡେଙ୍ଗୁ ସଂକ୍ରମଣଙ୍କ ସଂଖ୍ୟା ୧୦୦୦ ପାର କରି ସାରିଲାଣି ।
ତେବେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ବିଏମସିକୁ ସହଯୋଗର ହାତ ବଢାଇଛି ସ୍ୱୋଚ୍ଛାସେବୀ ସଂଗଠନ ଭୁବନେଶ୍ୱର ସଂଗଠନ ରାଉଣ୍ଡ ଟେବଲ ୫୩ । ସ୍ୱାଧୀନତା ଦିବସ ଅବସରରେ ବିଆରଟି ୫୩ ଓ ବିଏମସିର ମିଳିତ ଭାବେ ଡେଙ୍ଗୁ ସଚେତନ ରଥ ଗଡିଛି ।
ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ମୁଖ୍ୟ ଅତିଥି ହୋଇ ଏହି ରଥର ଗଡିବାର ଶୁଭାରମ୍ଭ କରିଥିଲେ । ବିଆରଟି ମହାମାରୀ ସମୟରେ ସହଯୋଜ କରି ଆସିଛି । ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଡେଙ୍ଗୁ ହାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।