ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୫ ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନଗିରି, କେରାପୁଟ, ନବରଙ୍ଗପୁର, କେନ୍ଦୁଝର , ମୟୁରଭଞ୍ଜ, ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କିଛି ଜିଲ୍ଲାକୁ ୟେଲୋ ୱାଣ୍ଣ୍ରି୍ରଂ ଜାରି କରାଯାଇଛି ।
ବିଜୁଳି ଓ ଘଡଘଡି ଥିବା ଉପକୂଳବର୍ତ୍ତୀ ଜିଲ୍ଲା ତଥା କନ୍ଧମାଳ, ଢେଙ୍କାନାଳ, ନୂଆପଡା , ବଲାଙ୍ଗିର ,ଅନୁଗୁଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬, ୧୭ ଓ ୧୮ ତିନି ଦିନ ଧରି ବର୍ଷା ହେବ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତ କମ ବର୍ଷା ହେବାର ରେକର୍ଡ କରାଯାଇଛି । ଏହି ଲଘୁଚାପ କାରଣରୁ ଆଜି ଓ କାଲି ସର୍ବାଧିକ ବର୍ଷା ହେବ । । ଜୁନ ପହିଲାରୁ ୧୫ ଅଗଷ୍ଟ ସୁଧା ୭୪୯.୫ ମିଲିମିଟର ବର୍ଷା ରେକର୍ଡ ହେବା କଥା କିନ୍ତୁ ହୋଇଛି ୫୨୪.୦୮ ମିଲିମିଟର ବର୍ଷା । ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ଏହା ମଧ୍ୟରୁ ୭ ଜିଲ୍ଲାରେ ସର୍ବାଧିକ ମାତ୍ରରେ ବର୍ଷା କମ୍ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।