ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରାବଣ ମାସରେ ପଡୁଥିବା ମଙ୍ଗଳବାର ମଧ୍ୟରୁ ଆଜି ଶେଷ ମଙ୍ଗଳବାର । ଭଗବାନ ଶିବଙ୍କ ଭଳି ମାତା ପାର୍ବତୀଙ୍କୁ ମଧ୍ୟ ଶ୍ରାବଣ ମାସ ଖୁବ୍ ପସନ୍ଦ । ଶ୍ରାବଣମାସର ପ୍ରତ୍ୟେକ ମଙ୍ଗଳବାରକୁ ମଙ୍ଗଳା ଗୌରୀ ବ୍ରତ ପାଳନ କରାଯାଏ । ଏହିଦିନ ମହିଳାମାନେ ପୁରା ବିଧି ବିଧାନ ସହ ମଙ୍ଗଳା ଗୌରୀ ବ୍ରତ ପାଳନ କରିଥାନ୍ତି । ଏହାପରେ ମହିଳାମାନଙ୍କୁ ଅଖଣ୍ଡ ସୌଭାଗ୍ୟବତୀ ହେବାର ଅର୍ଶିବାଦ ପ୍ରଦାନ କରିଥାନ୍ତି ମାତା ପାର୍ବତୀ । ମଙ୍ଗଳା ଗୋରø ବ୍ରତ ଖୁବ୍ ମହତ୍ୱପୂର୍ଣ୍ଣ ଅଟେ । ଏହାଦ୍ୱାରା ଜୀବନରେ ଖୁସୀ ଆଗମନ ହୋଇଥାଏ ।
ମଙ୍ଗଳା ଗୌରୀ ପୂଜାର ମହତ୍ୱ: ଶ୍ରାବଣ ମାସରେ ମାତା ମଙ୍ଗଳା ଗୌରୀଙ୍କ ପୂଜା କରିବା ଦ୍ୱାରା ଅଖଣ୍ଡ ସୌଭାଗ୍ୟବତୀ ହେବାର ଫଳ ମିଳିଥାଏ । ଏହାଦ୍ୱାରା ବୈବାହିକ ଜୀବନରେ ଖୁସୀ ଆଗମନ ହୋଇଥାଏ । ଭବିଷ୍ୟ ପୁରାଣ ଅନୁସାରେ ଅଖଣ୍ଡ ସୌଭାଗ୍ୟବତୀ ଏବଂ ସନ୍ତାନ ପ୍ରାପ୍ତିର କାମନା ଦ୍ୱାରା ମଙ୍ଗଳା ଗୌରୀ ବ୍ରତ ରଖାଯାଇଥାଏ । ଏହି ବ୍ରତକୁ ଖାସ୍ କରି ସଧବା ନାରୀମାନେ ରାଖିଥାନ୍ତି ଏବଂ ତାଙ୍କର ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।