ରାଉରକେଲା (ଏଟିଆର ବ୍ୟୁରୋ): ଆଜି ରାଉରକେଲା ଗସ୍ତରେ ଯିବେ 5T ସଚିବ ଭିକେ ପାଣ୍ଡିଆନ । 5T ସଚିବଙ୍କ ସହ ରହିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ସଚିବ ଆର ଭିନେଲ କ୍ରିଷ୍ଣା ଓ ଏନ ଏଚ ଏମ ନିର୍ଦ୍ଦେଶକା ସାଲିନୀ ପଣ୍ଟିତ । ଦକାଳ ୧୧ ଟାରେ ରାଉରକେଲାରେ ପହଞ୍ଚିବା ପରେ ରାଉରକେଲା ସହରର ବିପିୟୁଟି ପରିସରରେ ନିର୍ମିତ ହେଉଥିôା ଆନ୍ତର୍ଜାତୀୟ ସ୍ତରରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ।
୨୦୨୩ ରୋ ରାଉରକେଲାରେ ଖେଳ ହେବାକୁ ଥିବା ପୁରୁଷ ଓ ମହିଳା ବିଶ୍ୱ ହକି କପ ପାଇଁ ପ୍ରସ୍ତୁତି କରିବେ ପରିଦର୍ଶନ । ପରେ ରାଉରକେଲା ସହରର ଛେଣ୍ଡ କଲୋନୀରେ ଆର୍ଥିକ ଅନଗ୍ରସର ଲୋକଙ୍କ ପାଇଁ ନିର୍ମିତ ହେଉଥିବା ୫ ଶହ ଗୃହ ନିର୍ମାଣ କାର୍ୟ୍ୟର ଅନୁଧ୍ୟାନ କରିବେ । ଏହାପରେ ଛେଣ୍ଡ କଲୋନୀରେ ନିର୍ମିତ ହେଉଥିବା ସାଇନସ ପାର୍କ ଓ ପ୍ଲାନୋଟୋରିୟମ ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିବେ ।
ଵିଶ୍ରା ଛକଠାରେ ୧୦ ହଜାର ଦର୍ଶକ ବସିବାର ସୁବିଧା ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ଗସ୍ତ କରି ନିର୍ମାଣ କାର୍ୟ୍ୟ ଅନୁଧ୍ୟାନ କରିବେ । ସେହିଭଳି ରାଉରକେଲା ସହରର ବିଭିନ୍ନ ଉନ୍ନତିମୂଳକ କାର୍ୟ୍ୟ ସହିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତି ମୂଳକ କାର୍ୟ୍ୟର ସମୀକ୍ଷା କରିଵାର କାର୍ୟ୍ୟକ୍ରମ ରହିଛି । ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବ୍ରୀଜ, ଅଙ୍ଗନୱାଡ଼ି ଓ ହାଇସ୍କୁଲ ଉନ୍ନତିକରଣ କାର୍ୟ୍ୟର ସ୍ଥିତି ଅନୁଧ୍ୟାନ କରିବାର କାର୍ୟ୍ୟକ୍ରମ ରହିଛି ।ହାଇସ୍କୁଲରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଉଛି । ଏହି କାର୍ୟ୍ୟର ସମୀକ୍ଷା କରିବା ସହ ରାଉରକେଲା ସହରରେ କୋଭିଡ ସ୍ଥିତି ସମୀକ୍ଷା କରିଵାର କାର୍ୟ୍ୟକ୍ରମ ରହିଛି ।