ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଆଜି ରାଜଧାନୀ ଭୁବନେଶ୍ୱରରେ ମୌସୁମୀ ବର୍ଷାର ତାଣ୍ଡବ ରୂପ ଦେଖିବାକୁ ମିଳିଛି । ମାତ୍ର ଘଣ୍ଟାଏ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନ ଉବୁଟୁବୁ ହୋଇଛି ।
ବର୍ଷା ଯୋଗୁଁ ସର୍ବଦା ଜନଗହଳି ରହୁଥିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଇସକନ୍ ମନ୍ଦିର ସାମ୍ନାରେ ଥିବା କାର ଏବଂ ଅଟୋ ସମ୍ପୂର୍ଣ୍ଣ ବୁଡି ରହିଥିଲା । ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥିଲେ ।