ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ୧୮ ବର୍ଷରୁ କମ ପିଲାମାନଙ୍କ ଠାରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦୌନିକ ସଂକ୍ରମଣ ୧୦୦ ଉପରେ ରହୁଛି ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା । ପିଲାଙ୍କଠାରେ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଲୋକଙ୍କୁ ଆତଙ୍କିତ ନହେବା ପାଇଁ କହିଛନ୍ତି । ଏଭଳି ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପ୍ରିକ୍ସେସନ ନିଆଯାଇଛି ବୋଲି ଡାକ୍ତର କହିଛନ୍ତି ।
ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ପିକ ସଂକ୍ରମଣକୁ ଦୃଷ୍ଟିରେ ରଖି ଜେନେରାଲ ବେଡ଼, ଆଇସିୟୁ ବେଡ଼, ଏଚଡିୟୁ ବେଡ଼, ଭେଣ୍ଟିଲେଟର ପର୍ୟ୍ୟାପ୍ତ ପରିମାଣରେ ରଖାଯାଇଛି । ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ ଡିଭିଜନାଲ ହସ୍ପିଟାଲ, ସିଏଚସିଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି । କୋଭିଡ ହସ୍ପିଟାଲରେ ମଧ୍ୟ ଶିଶୁଙ୍କ ପାଇଁ ବେଡ ସାଂକ୍ଷଣ କରାଯାଇଛି ।
ସେପଟେ ଜିଲ୍ଲା ମୁଖ୍ୟାଳୟ ଚିକିତ୍ସାଳୟ, ସବ୍ ଡିଭିଜନାଲ ହସ୍ପିଟାଲ, ସିଏଚସି ଗୁଡ଼ିକରେ ଶିଶୁଙ୍କ ଲାଗି ସ୍ୱତନ୍ତ୍ର ବେଡ଼ ବ୍ୟବସ୍ଥା ହୋଇଛି। ସମ୍ଭାବ୍ୟ ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଥମ ପର୍ୟ୍ୟାୟରେ ୩ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି। ତାଛଡ଼ା ଆହୁରି ବେଡ଼ ସଂଖ୍ୟା ବଢାଇବାକୁ ପ୍ରୟାସ ଜାରି ରହିଛି। ଯଦି ଆବଶ୍ୟକ ହୁଏ, ସ୍ୱତନ୍ତ୍ର ଶିଶୁ କୋଭିଡ ହସ୍ପିଟାଲ କରାଯିବ।