ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କଟକଣା ମଧ୍ୟରେ ଧିରେ ଧିରେ ଶିକ୍ଷାନୁଷ୍ଠାନ ଖୋଲିଛି । ଅନ୍ୟପଟେ ଦ୍ୱିତୀୟ ଲହରୀ ସଂକ୍ରମଣ କମିନଥିବାବେଳେ ତୃତୀୟ ଲହରୀର ପ୍ରଭାବ ଦେଖାଦେଲାଣି । ସ୍କୁଲ ଖୋଲିବା ପରେ ୯ ରୁ ୧୮ ବର୍ଷ ବୟସର କିଛି ପିଲାମାନେ ସଂକ୍ରମିତ ହେବା ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକମାପେ ଭୟଭୀତ ହେଉଛନ୍ତି । ତେଣୁ ଏନେଇ ପିଲାଙ୍କୁ ସ୍କୁଲ ଛାଡିବେ କି ନାହିଁ ସେନେଇ ଦ୍ୱନ୍ଦରେ ଅଭିଭାବକ ।ଦୀର୍ଘ ଦିନ ଧରି ସ୍କୁଲ ଖୋଲିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ୧୦୦% ପ୍ରତିଶତ ପିଲା ବିଦ୍ୟାଳୟକୁ ଆସିବାର ଦେଖାଯାଉ ନାହାନ୍ତି । କେଉଁ ସ୍କୁଲରେ ୪୦% ପ୍ରତିଶତ ପିଲା ଅଫଲାଇନରେ କ୍ଲାସ କରିବା ପାଇଁ ଆସୁଛନ୍ତି ତ ଆଉ କେଉଁଠି ୬୦-୭୦% ପ୍ରତିଶତ ପିଲା ଆସୁଛନ୍ତି ।
ସେହିପରି କଲେଜ ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । ବିଶ୍ୱବିଦ୍ୟାଳୟରେ ପିଜି ବିଭାଗର ପାଠପଢା ସ୍ୱାଭାବିକ ହୋଇପାରୁନାହିଁ । ଦୂରଦୂରାନ୍ତରରେ ରହୁଥିବା ଛାତ୍ରଛାତ୍ରୀ କ୍ୟାମ୍ପସକୁ ଆସୁନାହାନ୍ତି ।ଏପରିକି କିଛି ବିଭାଗରେ ପାଠପଢା ଆରମ୍ଭ ହୋଇନାହିଁ । ଅନ୍ୟପଟେ ରାଜ୍ୟରେ କରୋନା ମାହାମାରୀ ଏଭଳି ଜଟିଳ ସମୟରେ ରାଜ୍ୟ ସରକାରଙ୍କ ସ୍କୁଲ , କଲେଜ ଖୋଲିବା ନିଷ୍ପତ୍ତି ଭୁଲ ବୋଳଇ ଶିକ୍ଷାବିତ ଓ ସ୍ୱାସ୍ଥ୍ୟ ବିଶେଷଞମାନେ ମତ ପ୍ରକାଶ କରିଛନ୍ତି ।