ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନବଜାତ ଶିଶୁର ଅସ୍ତ୍ରପଚାର ନିମନ୍ତେ ଟଙ୍କା ଏକାଠି କରିବା ପାଇଁ ଟୋକିଓ ଅଲିମ୍ପିକ ଜିତିଥିବା ରଜତ ପଦକ ନିଲାମ କରିଥିଲେ ପୋଲାଣ୍ଡାର ଜଣେ ଖେଳାଳୀ । କିନ୍ତୁ ପିଦକ କିଣିଥିବା ବ୍ୟକ୍ତି ତାଙ୍କୁ କହିଲେ କି ତୁମେ ତୁମ ନିକଟରେ ପଦକ ରଖି ପାରିବ ।
କର୍କଟ ରୋଗରୁ ମୁକ୍ତ ହେବା ପରେ ଟୋକିଓ ଅଲିମ୍ପିକରେ ଭାଗ ନେଇଥିବା ୨୫ ବର୍ଷିୟା ମାରିୟା ରଜତ ପଦକ ହାସଲ କରିଥିଲେ । ସେ ଏକ ଶିଶୁକୁ ସାହାଯ୍ୟ କରିବା ପାଇଁ ଏହି ପଦକକୁ ନିଲାମ ପାଇଁ ରଖିଦେଲେ । ମିଲୋସ୍ତଜ ମଲୀସା ନାମକ ଏହି ନବଜାତ ଶିଶୁର ଆମେରିକାରେ ଅସ୍ତ୍ରପଚାର କରାଯିବ । ସେଥିପାଇଁ ତାଙ୍କ ପରିବାର ଲୋକ ଟଙ୍କା ଏକାଠି କରୁଥିଲେ । ଏଥିରେ ମାରିୟା ତାଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ।