ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାଇ ଓ ଭଉଣୀର ଏକ ପ୍ରମୁଖ ପର୍ବ ହେଉଛି ରକ୍ଷା ବନ୍ଧନ । ଏହି ଦିନକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଶୁଭ ମନାସୀ ଥାଏ ଏବଂ ଭାଇ ମଧ୍ୟ ଭଉଣୀକୁ ସବୁ ସମୟରେ ରକ୍ଷା କରିବାର ବଚନ ଦେଇଥାଏ । ଏହି ପର୍ବରେ ଶୁଭ ମୁହୁର୍ତ୍ତ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥାଏ ।
ପଞ୍ଚାଙ୍ଗ ଅନୁସାରେ ଅଗଷ୍ଟ ୨୨ ରବିବାର ସକାଳ ୬ ଟା ୧୫ ରୁ ସକାଳ ୧୦ ଟା ୩୪ ମିନିଟ୍ ପର୍ଯ୍ୟନ୍ତ ଶୋଭନ ଯୋଗ ରହିବ । ସନ୍ଧ୍ୟା ୭ଟା ୩୯ ମିନିଟ ପର୍ଯ୍ୟନ୍ତ ଧନିଷ୍ଠା ନକ୍ଷତ୍ର ରହିବ । ଦ୍ୱିପ୍ରହ ୧ ଟା ୪୨ ମିନିଟ୍ ରୁ ଅପରାହ୍ନ ୪ ଟା ୧୮ ମିନିଟ ପର୍ଯ୍ୟନ୍ତ ରାକ୍ଷୀ ବାନ୍ଧିବାର ଶୁଭ ମୁହୂର୍ତ୍ତ । ରକ୍ଷା ବନ୍ଧନରେ ଶୁଭ ଯୋଗ ପଡୁଛି ।
ପଞ୍ଚାଙ୍ଗନୁସାରେ ଦୁଇଟି ଶୁଭ ମୁହୂର୍ତ୍ତର ଯୋଗ ପଡୁଛି । ପୂର୍ଣ୍ଣିମା ତିଥିରେ ଧନିଷ୍ଟା ନକ୍ଷତ୍ର ସହ ଶୋଭନ ଯୋଗ ରହିବ । ଏଥରକ ରକ୍ଷା ବନ୍ଧନରେ ଭଦ୍ରା ଯୋଗ ପଡୁନାହିଁ ।