ଭଦ୍ରକ(ଏଟିଆର ବ୍ୟୁରୋ): ଦୀର୍ଘ ୪ମାସ ପରେ ଆଜିଠୁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର । କୋଭିଡ କଟକଣା ମାନି ଶ୍ରଦ୍ଧାଳୁମାନେ ଭୋଳା ବାବାଙ୍କ ଦର୍ଶନ କରୁଛନ୍ତି । ମନ୍ଦିର ଭିତରେ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିବା ଲଶଜି ସ୍ୱତନ୍ତ୍ର ବ୍ୟାରିକେଟର ନିର୍ମାଣ କରାଯାଇଛି । ଏଥିସହ ମାସ୍କ ପିନ୍ଧିବା ସହ ସାମାଳିକ ଦୁରତା ରକ୍ଷା କରିବା ଅବଲମ୍ବନ କରିବା ବାଧ୍ୟତାମୂଳକ କରାଯାଇଛି ।
ସେହିପରି ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ କୌଣସି ପୂଜାସାମଗ୍ରୀ, ଭୋଗ ଫୁଲ ଆଦି ନନେବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି ।୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତଙ୍କୁ ମନ୍ଦିର ଭିତରକୁ ନଆସିବା ପାଇଁ ବାରଣ କରାଯାଇଛି । ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନ ବନ୍ଦ ରହିବ ।ଏହି ଦିନ ମନ୍ଦିର ପରିସରକୁ ସାନିଟାଇଜ୍ କରାଯିବ ।