ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଜାରି ରହିଛି କରୋନା ଦ୍ୱିତୀୟ ଲହର ଆଗକୁ ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ପ୍ରସ୍ତୁତ ହେଲେଣି ରାଜ୍ୟ ସରକାର । ଏହାସହିତ ଏଥିପ୍ରତି ସଜାଗ ହେବା ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ ମହାପାତ୍ର ଚିଠି ଲେଖିଛନ୍ତି । ଏହି ଚିଠିରେ ଉଲ୍ଲେଖ କରାଯାଇଛି କି ଏମର୍ଜେନ୍ସୀ କୋଭିଡ ରେସପନ୍ସ ପ୍ଲାନ ପ୍ରସ୍ତୁତ କରାଯାଉ ।
ରାଜ୍ୟର ସମସ୍ତ ଜିଲ୍ଲା ହସ୍ପିଟାଲ ଗୁଡିକରେ ଆରଟିପିସିଆର ଲାବ, ଆରଟିପିସିଆର ଟେଷ୍ଟ କିଟ୍, ଆଣ୍ଟିଜେନ୍ ଟେଷ୍ଟ କିଟ୍ ସହିତ ୮ ପ୍ରକାରର ଜରୁରୀ ଔଷଧ ଉପଲବ୍ଧ ରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଶିଶୁଙ୍କ ଚିକିତ୍ସା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦେବାକୁ କୁହାଯାଇଛି । ଶିଶୁ ବିଭାଗରେ ଅକ୍ସିଜେନ୍, ବେଡ୍ ଏବଂ ଆଇସିୟୁ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।