ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାଓମି ତାର ଦୁଇଟି ନୂତନ ଲ୍ୟାପଟପ ଏମଆଇ ନୋଟବୁକ ଅଲ୍ଟ୍ରା ଏବଂ ଏମଆଇ ନୋଟବୁକ ପ୍ରୋ ଭାରତରେ ଲଞ୍ଚ କରିଛି । ଏହାକୁ ୧୧ତମ ଜେନେରେସନର ଇଂଟେଲ ପ୍ରୋସେସର୍ସ ସହ ଅଣାଯାଇଛି ଏବଂ ଗ୍ରାଫିକ୍ସ ପାଇଁ ଏଥିରେ ଆଇରିସ୍ ଏକ୍ସଇ ଜିପିୟୁ ଦିଆଯାଇଛି । ସେହିପରି ଯଦି ଡିସପ୍ଲେ ସାଇଜ କଥା କହିବା ତେବେ ଏମଆଇ ନୋଟବୁକ ଅଲ୍ଟ୍ରାରେ ୧୫.୬ ଇଂଚ ର ଡିସପ୍ଲେ ଦିଆଯାଇଛି ଏବଂ ଏମଆଇ ନୋଟବୁକ ପ୍ରୋ ରେ ୧୪ ଇଂଚର ଡିସପ୍ଲେ ଦିଆଯାଇଛି । ଦୁଇଟି ଯାକ ଲ୍ୟାପଟପରେ ବ୍ୟାକଲାଇଯ କିବୋର୍ଡ ରହିଛି ।
ଏମଆଇ ନୋଟବୁକ ଅଲ୍ଟ୍ରାର କୋର ଆଇ୫ ପ୍ରୋସେସର ଏବଂ ୮ଜିବି ର୍ୟାମ ଭ୍ୟାରିଏଣ୍ଟର ଦାମ ୫୯,୯୯୯ ଟଙ୍କା ରଖା ଯାଇଥିବା ବେଳେ ଆଇ୫ ପ୍ରୋସେସର ସହିତ ୧୬ଜିବି ର୍ୟାମ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୬୩,୯୯୯ ଟଙ୍କା । ଏହାବ୍ୟତିତ କୋର ଆଇ୭ ପ୍ରୋସେସର ସହିତ ୧୬ଜିବି ର୍ୟାମ ଭ୍ୟାରିଏଣ୍ଟର ଦାମ ୭୬,୯୯୯ ଟଙ୍କା ।
ସେହିପରି ଏମଆଇ ନୋଟବୁକ ପ୍ରୋର ୮ଜିବି ର୍ୟାମ ଏବଂ କୋର ଆଇ୫ ପ୍ରୋସେସର ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୫୬,୯୯୯ ଏବଂ କୋର ଆଇ୫ ପ୍ରୋସେସର ସହିତ ୧୬ଜିବି ର୍ୟାମ ବିଶିଷ୍ଟ ଭ୍ୟାରିଏଣ୍ଟର ଦାମ ୫୯,୯୯୯ ଟଙ୍କା ରଖାଯାଇଛି । ଟପ୍ ଭ୍ୟାରିଏଣ୍ଟ କୋର ଆଇ୭ ୧୬ଜିିବ ର୍ୟାମ ଭ୍ୟାରିଏଣ୍ଟର ଦାମ ୭୨,୯୯୯ ଟଙ୍କା । ଦୁଇଟି ଯାକ ଲ୍ୟାପଟପ ଅଗଷ୍ଟ ୩୧ ରୁ ବିକ୍ରି ପାଇଁ ଉପଲବ୍ଧ ହେବ ।