ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ ଜାରି ରହିଛି କରୋନା ଟୀକାକରଣ । ପ୍ରଥମ ଓ ଦ୍ୱୀତିୟ ଡୋଜ ଟୀକାକରଣ କରାଯାଉଛି । ହେଲେ ପ୍ରଥମ ଡୋଜ ନେବା ପରେ ୧୬ ଲକ୍ଷ ଲୋକ ନେଇ ନାହାନ୍ତି ଦ୍ୱିତୀୟ ଡୋଜ ଟୀକା । ପ୍ରାୟତଃ ୧୩ ଲକ୍ଷ ଲୋକଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ଅତିକ୍ରମ ହୋଇସାରିଛି । ପ୍ରଥମ ଡୋଜ ଟୀକା ନେବା ପରେ ପ୍ରାୟତଃ ଅଧିକାଂଶ ଲୋକେ କରୋନା ଆକ୍ରାନ୍ତ ହେଉଥିବାରୁ ଦ୍ୱିତୀୟ ଡୋଜ ଟୀକା ନେବାରେ ବିଳମ୍ବ ହେଉଛି ।
ସେହିପରି ଏପର୍ଯ୍ୟନ୍ତ ୫୦ ଲକ୍ଷ ଲୋକ ଦୁଇଟି ଯାକ ଡୋଜ ନେଇ ସାରିଛନ୍ତିି ।ଏହାସହିତ ସବୁଠୁ ଖାସ କଥା ହେଉଛି ସମୟ ଅତିକ୍ରମ କରିବା ପରେ ଟୀକା ନେଲେ ମଧ୍ୟ ତାହା ଶରୀରରେ ସଠିକ ଭାବେ କାମ କରିବ । ବର୍ତ୍ତମାନ ରାଜ୍ୟରେ ଟୀକାର ଅଭାବ ନାହିଁ । ସେଥିପାଇଁ ସମସ୍ତେ ଠିକ୍ ସମୟରେ ଆସି ଟୀକା ନେଇ ପାରିବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।