ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓରେ ଚାଲିଥିବା ପାରାଅଲମ୍ପିକ୍ସ ଖେଳରେ ଇତିହାସ ରଚିଛନ୍ତି ଭାରତର ଟେବୁଲ ଟେନିସ ଖେଳାଳୀ ଭାବିନା ପଟେଲ । ସେ ସେମିଫାଇନାଲରେ ଚୀନର ପ୍ରତିଯୋଗୀଙ୍କୁ ହରାଇ ଫାଇନାଲ ରାଉଣ୍ଡରେ ନିଜର ସ୍ଥାନ ପକ୍କା କରିଛନ୍ତି । ସ୍ୱୂର୍ଣ୍ଣ ପଦକ ଜିତିବାରେ ଗୋଟେ ପାଦ ପଛକୁ ରହିଥିବା ବେଳେ ସେ କହିଛନ୍ତି କି ଜୀବନରେ କିଛି ବି ଅସମ୍ଭବ ନୁହେଁ ।
ଏହା ମୋ ପାଇଁ ବହୁତ ବଡ ଉପଲବ୍ଧି । ସମସ୍ତେ ସର୍ବଦା କହିଥାନ୍ତି କି ଚୀନ୍ କୁ ହରାଇବା ଅସମ୍ଭବ କିନ୍ତୁ ଆଜି ମୁଁ ପ୍ରମାଣ କରି ଦେଇଛି କି ଯଦି କିଛି କରିବାକୁ ଚାହୁଛନ୍ତି ତେବେ ଅସମ୍ଭବ କିଛି ନୁହେଁ ।
ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ନିଜକୁ କେବେ ବି ଦିବ୍ୟାଙ୍ଗ ବୋଲି ଭାବିନି । ଆଜି ମୁଁ ଏହାକୁ ପ୍ରମାଣ କରି ଦେଖାଇଛି କି ଆପଣ ଚାହିଲେ ସବୁ କିଛି ସମ୍ଭବ ହୋଇପାରିବ ।
ଭାରତ ପାଇଁ ରୌପ୍ୟ ପଦକ ତ ପକ୍କା କରିଥିବା ଭାବିନାଙ୍କ ନଜର ଉପରେ ସ୍ୱର୍ଣ୍ଣ ପଦକ ଉପରେ ରହିଛି ।