ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଶା ବିଧାନସଭାରେ ସେପ୍ଟେମ୍ବର ପହିଲାରୁ ମୈାସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ କରିଥିବା ଏକ ସର୍ବଦଳୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା ।
ପୂର୍ବରୁ କରୋନା ପାଇଁ ସମସ୍ତ ଅଧିବେଶନରେ ପ୍ରଶ୍ପକାଳ ବାତିଲ କରାଯାଇଥିଲା । କିନ୍ତୁ ଏଥର ପ୍ରଶ୍ନକାଳ ଚାଲୁ ରହିବ । ଓ ଶନିବାରରେ ମଧ୍ୟ ବିଧାନସଭା ବସିବ । ଶନିବାର ବ୍ୟତୀତ ଅନ୍ୟ ଦିନମାନଙ୍କରେ ସକାଳ ୧୦ଟା୩୦ ରୁ ଅପରାହ୍ନ ୧.୩୦ ପର୍ଯ୍ୟନ୍ତ ଓ ପରେ ଅପରାହ୍ନ ୪ଟାରୁ ୬ ଟା ପର୍ଯ୍ୟନ୍ତ ବିଧାନସଭାରେ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି । ସେହିପରି କରୋନା ଦୃଷ୍ଟିରୁ ସମସ୍ତଙ୍କ ଆର୍ଟି ପିସିଆର ଟେଷ୍ଟ ହେବ । ସବୁ ବିଧାୟକ ଓ ମନ୍ତ୍ରୀଙ୍କ ଆଣ୍ଟିବଡି ଟେଷ୍ଟ ମଧ୍ୟ କରାଯିବ ।
ଅନ୍ୟପଟେ ଏଥର ମୈାସୁମୀ ଅଧିବେଶନ ସରଗରମ ହେବାର ଦେଖାଯାଉଛି । କାରଣ ବିରୋଧୀ ଦଳମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ । ତୃତୀୟ ଲହରର ମୁକାବିଲା ପାଇଁ କି କି ବ୍ୟବସ୍ଥା କରାଯାଇଛି , ରାଜ୍ୟ ଡ୍ରଗ୍ସ କାରବାର ରୋକିବାକୁ ସରକାର କଣ ବ୍ୟବସ୍ଥା ଗ୍ରହଣ କରିଛନ୍ତି ଓ ମରୁଡି କଥା ମଧ୍ୟ ଏହି ଆଲୋଚନା କରାଯିବ ।