ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସୁପ୍ରିମକୋର୍ଟ ଇତିହାସରେ ଏକ ଘଟଣା ଘଟିଛି । ଏକାସଙ୍ଗେ ଶପଥ ନେଲେ ୯ ବିଚାରପତି । ଶପଥ କରାଇଛନ୍ତି ପ୍ରଧାନ ବିଚାରତି ଜଷ୍ଟିସ ଏନ.ଭି ରମଣା । ସର୍ବୋଚ୍ଚ ନ୍ୟାୟାଳର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଥିଲା ।
ଶପଥ ନେବା ପରେ ଦେଶର ପ୍ରଥମଥର ଲାଗି ଏତେ ସଂଖ୍ୟକ ଜଜଙ୍କୁ ନେଇ ବଡ ଶପଥ ସମାରୋହ ଆୟୋଜନ କରାଯାଇଥିଲା । ତେବେ ଏହି ୯ ଜଣ ବିଚାରପତିଙ୍କ ମଧ୍ୟରୁ ୩ ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି ।ନୂତନ ଜଜଙ୍କ ଶପଥ ପାଠ ପ୍ରଧାନ ବିଚାରପତିଙ୍କ କୋର୍ଟ ରୁମରେ କରାଯାଏ । ଏହି ୯ ଜଣ ଶପଥ ନେବା ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମଣାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩ କୁ ବୃଦ୍ଧି ପାଇଛି ।
ତେବେ ଏହି ୯ ଜଣ ବିଚାରପତି ହେଉଛନ୍ତି ବିଚାର ପତି ଅଭୟ , ବିଚାରପତି ଶ୍ରୀନିବାସ ଓକା , ବିଚାରପତି ବିକ୍ରମ ନାଥ , ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ୱରୀ , ବିଚାରପତି ହେମା କୋହଲି , ବିଚାରପତି ବିଭି ନାଗାରତ୍ନା , ବିଚାରପତି ସିଟି ରବିକୁମାର , ବିଚାରନତି ଏମଏସ ସୁନ୍ଦରେଶ, ବିଚାରପତି ବେଲା ଏମ ତ୍ରିବେଦୀ ଓ ବିଚାରପତି ପିଏସ ନରସିମାହ ।