ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନଖ ଅଧିକ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ନଖରେ ନେଲପଲିସ୍ ଲଗାଇଥାନ୍ତି । ଏହାକୁ ଲଗାଇଲା ପରେ ହାତର ସୌନ୍ଦର୍ଯ୍ୟତାରେ ଚାରିଚାନ୍ଦ ଲାଗି ଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ନଖରେ ଯେଉଁ ନେଲପଲିସ୍ ଲଗାଉଛନ୍ତି ତାହା ଆପଣଙ୍କ ଶରୀର ପାଇଁ ହାନିିକାରକ ହୋଇଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ? ନିକଟରେ ହୋଇଥିବା ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ନେଲପଲିସ୍ ରେ ଥିବା କେମିକାଲ ଟ୍ରିଫୋନିଲ ଫସଫେଟ୍ ଶରୀରକୁ କ୍ଷତି ପହଁଚାଇଥାଏ । ଏହାକୁ ଟି.ପି.ଏଚ୍.ବି ମଧ୍ୟ କୁହାଯାଏ ।
ଅଧ୍ୟୟନ ଅନୁଯାୟୀ, ଟି.ପି.ଏଚ୍.ପି ଏଣ୍ଡୋକ୍ରାଇମ ରେ ଗୋଳମାଳ କରିଥାଏ । ଏହା ସିଧାସଳଖ ହରମୋନ ସିଷ୍ଟମରେ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଓଜନ ବୃଦ୍ଧି ହେବା ସହ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ଅଧ୍ୟୟନରେ ଦୁଇ ଡଜନରୁ ଅଧିକ ମହିଳାଙ୍କୁ ସାମିଲ କରାଯାଇଥିଲା । ଏଥିରୁ ଜାଣିବାକୁ ମିଳିଲା ଯେ ନେଲପଲିସ୍ ଲଗାଇବାର ୧୦ ରୁ ୧୪ ଘଂଟା ପରେ ସେହି ମହିଳାମାନଙ୍କ ଶରୀରରୁ ନେଲପଲିିସ୍ରେ ଥିବା କେମିକଲ (ଟି.ପି.ଏଚ୍.ପି) ମିଳିଥିଲା । ଏହାବ୍ୟତୀତ ସବୁଠାରୁ ବଡ ଚିନ୍ତାରେ ବିଷୟ ଯେତେକ ନେଲପଲିସ ବ୍ୟବହାର କରାଯାଇଥିଲା । ସେ ସବୁ ନେଲପଲିସ୍ରେ କେମିକଲ୍ ମିଶ୍ରଣ ଥିଲା । ।