ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗଣପତିଙ୍କ ଆଗମନ ପାଇଁ ଜୋରସୋରରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଉ ମାତ୍ର କେଇଟା ଦିନ ପରେ ବିରାଜମାନ କରିବେ ବିଘ୍ନହର୍ତା ଭଗବାନ ଶ୍ରୀଗଣେଶ । ଗଣେଷ ଚତୁର୍ଥୀରେ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଲୋକେ ପୂଜାରେ ଭଗବାନଙ୍କ ମନପସନ୍ଦର ଜିନିଷ ବ୍ୟବହାର କରିଥାନ୍ତି । ସେହିପରି ଗଜାନନଙ୍କୁ ସ୍ଥାପନା କରିବା ପୂର୍ବରୁ କିଛି ଜିନିଷ ପ୍ରତି ଧ୍ୟାନ ରଖିବା ନିହାତି ଜରୁରୀ । ଯଦି ଆପଣଙ୍କ ସେହି ସବୁ ଜିନିଷ ପ୍ରତି ଧ୍ୟାନ ରଖି ପ୍ରସ୍ତୁତି କରିବେ ତେବେ ଗଜାନନ ଖୁସୀରେ ଆପଣଙ୍କ ଘରେ ବିରାଜମାନ କରିବା ସହ ଆପଣଙ୍କ ଦୁଃଖ କଷ୍ଟ ହରଣ କରିନେବେ ।
– ଗଣେଶ ଚତୁର୍ଥୀରେ ଆପଣ ମାଟି ନିର୍ମିତ ଗଣେଶ ମୂର୍ତ୍ତି ସ୍ଥାପନା କରି ପାରିବେ । ସେହିପରି ସୁନା, ଚାନ୍ଦୀ, ତମ୍ବା ଆଦିରେ ନିର୍ମିତ ଗଣେଶ ମୂର୍ତ୍ତି ମଧ୍ୟ ସ୍ଥାପନା କରି ପାରିବେ । କିନ୍ତୁ ପ୍ଲାଷ୍ଟର ପ୍ୟାରିସ ବା ଅନ୍ୟ ମ୍ୟାଟେରିୟାଲରେ ନିର୍ମିତ ଗଣେଶ ମୂର୍ତ୍ତିକୁ ପୂଜା ପାଇଁ ସ୍ଥାପନା କରିବା ଅଶୁଭ ହୋଇଥାଏ ।
– କୁହାଯାଏ କି ଗଣେଶ ମହାରାଜଙ୍କ ବସିଥିବା ପ୍ରତିମା ଅଧିକ ଫଳଦାୟୀ । ସେଥିପାଇଁ ଗଣେଶ ମୂର୍ତ୍ତି କିଣିବା ସମୟରେ ଏଥିପ୍ରତି ଧ୍ୟାନ ରଖିବା ଉଚିତ୍ । ହୋଇପାରେ ଏଭଳି ମୂର୍ତ୍ତି ଆପଣଙ୍କ ପାଇଁ ଶୁଭ ହୋଇଯିବ ଏବଂ ଗଣପତି ପ୍ରସନ୍ନ ହୋଇ ଆପଣଙ୍କ ସମସ୍ତ ମନସ୍କାମନା ପୁରଣ କରିଦେବେ ।
– ଯଦି ଆପଣଙ୍କ ଘରକୁ ବାମମୁଖୀ ଗଣେଶ ଆଣିବେ ତେବେ ତାଙ୍କୁ ପ୍ରସନ୍ନ କରିବା ବହୁତ ସହଜ । କୁହାଯାଏ ବାମମୁଖୀ ଗଣେଶଙ୍କୁ ପୂଜିବା ସହଜ । କିନ୍ତୁ ଦକ୍ଷୀଣାମୁଖୀ ଗଣେଶ ପୂଜା କରିବା ପାଇଁ ବିଶେଷ ନିୟମ ପାଳନ କରିବାକୁ ପଡେ ।
– ମାନ୍ୟତା ରହିଛି କି ଗଜାନନଙ୍କର ଧଳା ଏବଂ ସିନ୍ଦୁର ରଙ୍ଗର ପ୍ରତିମା ଶୁଭ ହୋଇଥାଏ । ସେଥିପାଇଁ ଘରେ ଗଣେଶ ମୂର୍ତ୍ତି ସ୍ଥାପନା କରିବା ସମୟରେ ଏହି ରଙ୍ଗର ମୂର୍ତ୍ତି ସ୍ଥାପନା କରିବା ଉପରେ ଧ୍ୟାନ ରଖିବା ଉଚିତ୍ ।
– ଅଫିସ ପାଇଁ ଛିଡା ହୋଇଥିବା ଗଣପତିଙ୍କ ପ୍ରତିମା ଶୁଭ । ଏହି ପ୍ରତିମାକୁ ପୂଜିବା ଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ ।