ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ପୂର୍ବପେକ୍ଷା ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିବା ଫଳରେ ଆଶ୍ୱସ୍ତି ମିଳିଛି । ଯାହାଫଳରେଦୈନିକ ମୃତ୍ୟୁସଂଖ୍ୟା ସିଧାସଳଖ ୧୦ ତଳକୁ ଖସିଛି । ସେହିଅନୁଯାୟୀ ଗୋଟେଦିନରେ ରାଜ୍ୟରୁ କରୋନାରେ ୭ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାପରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୦୬୨ ରେ ପହଁଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମୃତକଙ୍କ ମଧ୍ୟରୁ ଅନୁଗୁଳ, କଟକ ଓ ଖୋର୍ଦ୍ଧାରୁ ଦୁଇ ଜଣ ଲେଖାଏଁ ରହିଥିବା ବେଳେ ପୁରୀରୁ ଜଣେ କରୋନା ଆକ୍ରାନ୍ତ ରହିଛିନ୍ତି ।