ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଇରନ୍ ଏଭଳି ଏକ ମିନେରାଲ ଯାହା ଶରୀରକୁ ମଜବୁତ କରିବାର କାମ କରିଥାଏ । ଯଦି କୌଣସି କାରଣ ବସତଃ ଶରୀରରେ ଆଇରନ୍ ଅଭାବ ହୋଇଯାଏ ତେବେ ଅନେକ ରୋଗର ଶିକାର ହୋଇପାରନ୍ତି । ଏହାଦ୍ୱାରା ଶରୀରର ଅନେକ ଅଙ୍ଗ ପ୍ରଭାବିତ ହୋଇପାରେ । ଆଇରନ ଅଭାବ ହେବା ଦ୍ୱାରା ହିମୋଗ୍ଲୋବିନ୍ କମ ହେବାକୁ ଲାଗେ ଏବଂ ରକ୍ତ ଅଭାବ ହୋଇଯାଏ । ଶରୀରରେ ଅକ୍ସିଜେନ ଅଭାବକୁ ପୁରଣ କରିବାରେ ଆଇରନ୍ ଜରୁରୀ ହୋଇଥାଏ । ଯଦି ଶରୀରରେ ଅଧିକ ମାତ୍ରାରେ ଆଇରନ୍ ଅଭାବ ହୋଇଯାଏ ତେବେ ଏନିମିୟା ଭଳି ରୋଗ ହୋଇପାରେ । ଏହାଦ୍ୱାରା ଆପଣଙ୍କୁ ଥକାପଣ ଏବଂ ଦୁର୍ବଳ ଅନୁଭବ ହୋଇଥାଏ । ଗର୍ଭବତୀ ସମୟରେ ଶରୀରରେ ଆଇରନ କମ ହୋଇଯାଇଥାଏ । ଗର୍ଭାବସ୍ଥାରେ ଶିଶୁ ର ସଠିକ ବିକାଶ ପାଇଁ ଆଇରନ ଜରୁରୀ । ଯଦି ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଇରନ ର ଅଭାବ ରହିବ ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା ଶରୀରରେ ଆଇରନ ଅଭାବର ଲକ୍ଷଣ ବିଷୟରେ..
ଆଇରନ୍ ଅଭାବର ଲକ୍ଷଣ:
– ଥକାପଣ, ମୁଣ୍ଡବ୍ୟଥା, ନିଶ୍ୱାସ ନେବାରେ ସମସ୍ୟା, ଅଣନିଶ୍ୱାସୀ ଲାଗିବା,କେଶ ଝଡିବା, ତ୍ୱଚା ରଙ୍ଗ ଫିକା ପଡିବା, ଚିଡଚିଡା ଲାଗିବା,ତ୍ୱଜା ଶୁଖିବା, ନଖ ଧଳା ହେବା, ଛାତି ଯନ୍ତ୍ରଣା, ହୃଦସ୍ପନ୍ଦନ ଜୋର ହେବା, ହାତ ଗୋଡ ଥଣ୍ଡା ପଡିଯିବା ଆଦି ।