ସମ୍ବଲପୁର (ଏଟିଆର ବ୍ୟୁରୋ): ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି କୃଷି ଭିତ୍ତିକ ପର୍ବ ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ପଶ୍ଚିମ ଓଡିଶା । ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ପାଳିତ ହୋଇଥାଏ ଏହି ପର୍ବ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ଚଳଚଞ୍ଚଳ ପରିବେଶ ।
ମା ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ନୂଆ ଖାଇବେ ସମଗ୍ର ପଶ୍ଚିମ ଓଡିଶାବାସୀ । ଆଜି ସକାଳ ୧୦ ଟା ୧୫ରୁ ୧୦ ଟା ୨୫ ମଧ୍ୟରେ ମା ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେବ ।
ସେପଟେ ନୂଆଁଖାଇ ପାଇଁ ଘରେ ଘରେ ପରିଜନମାନେ ଏକାଠି ହେବା ସହ ନୂତନ ବସ୍ତ୍ର ପିନ୍ଧିଛନ୍ତି ।