ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପିତୃପକ୍ଷ । ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ୧୫ ଦିନ ଧରି ଚାଲିଥାଏ ତର୍ପଣ କରିବାର ବିଧି । ଏହି ଅବସରରେ ଲୋକେ ସେମାନଙ୍କ ପିତୃ ପୁରୁଷଙ୍କ ପାଇଁ ଶାନ୍ତି କାମନା କରିଥାନ୍ତି । ଏହାସହିତ କିଛି ନିୟମ ରହିଛି ତାହା କରିବା ଉଚିତ୍ ।
ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି କରିବା ପାଇଁ ଦାନ-ପୂଣ୍ୟ କରିବା ଉଚିତ୍ । ଯେଉଁ ଦିନ ପିତୃ ପୁରୁଷଙ୍କ ତିଥି ସେହିଦିନ ସୁନା, ଚାନ୍ଦୀ, ଘିଅ-ତେଲ, ଲୁଣ, ଫଳ, ମିଠା ଏବଂ ଗୁଡ ଆଦି ଦାନ କରିବା ଶୁଭ ହୋଇଥାଏ ।
ଯଦି ପିତୃ-ପୁରୁଷଙ୍କ ନିଧନର ତିଥି ମନେ ନଥିବ କିମ୍ବା କାହାରି ଅକାଳ ମୃତ୍ୟୁ ହୋଇଥିବା ତେବେ ସର୍ବ ପିତୃ ଶ୍ରାଦ୍ଧ ଦିନ ପିତୃ ପୁରୁଷଙ୍କ ପିଣ୍ଡଦାନ ବା ଶ୍ରାଦ୍ଧ ଦିଅନ୍ତୁ । ଏହାଦ୍ୱାରା ପିତୃ ପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ।
ଶ୍ରାଦ୍ଧରେ କୌଣସି ଶୁଭ କାର୍ଯ୍ୟ କରାଯାଏ ନାହିଁ । ସେହିପରି ଆମିଷ ଭୋଜନ କରାଯାଏ ନାହିଁ । ଏଭଳି କରିବା ଦ୍ୱାରା ପିତୃପୁରୁଷ ଅସନ୍ତୋଷ ହୋଇଥାନ୍ତି । ଅନ୍ୟପଟେ ପିତୃପକ୍ଷ ଶ୍ରାଦ୍ଧରେ କଳାଜିରା ପ୍ରୟୋଗ ବହୁତ ଜରୁରୀ ।
ଶାସ୍ତ୍ରରେ କୁହାଯାଇଛି କି ଭଗବାନ ବିଷ୍ଣୁଙ୍କ ମୁଖ୍ୟ ଅଂଶ ହେଉଛି କୁଶ । ସନାଧର୍ମରେ କୁଶକୁ ଶୁଦ୍ଧ ବୋଲି କୁହାଯାଏ । ସେଥିପାଇଁ ଶ୍ରାଦ୍ଧ କ୍ରିୟାରେ କୁଶ ସାମିଲ କରିବା ଜରୁରୀ ।
ପିତୃପକ୍ଷ କ୍ରିୟାରେ ତୁଳସୀ ମଧ୍ୟ ମହତ୍ୱପୂର୍ଣ୍ଣ । କୁହାଯାଏ କି ତୁଳସୀ କଦାପି ବାସି କିମ୍ବା ଅପବିତ୍ର ହୋଇନଥାଏ ।
ପିତୃପକ୍ଷରେ ବ୍ରାହ୍ମଣକୁ ଭୋଜନ କରାଇବାର ପରମ୍ପରା ରହିଛି । ଏହିଦିନ ବ୍ରାହ୍ମଣଙ୍କ ପାଦ ଧୋଇବା ମଧ୍ୟ ଶୁଭ ହୋଇଥାଏ । ଧ୍ୟାନ ରଖିଥିବେ କି ବସିକି ବ୍ରାହ୍ମଣଙ୍କ ପାଦ ଧୋଇବା ଉଚିତ୍ ।