ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆରମ୍ଭ ହୋଇଯାଇଛି ପିତୃପକ୍ଷ । ଏହା ଆସନ୍ତା ୧୫ ଦିନ ଯାଏଁ ଚାଲିବ । ହିନ୍ଦୁଧର୍ମରେ ଏହି ପିତୃପକ୍ଷ ଅବସରକୁ ପବିତ୍ର ବୋଲି କୁହାଯାଇଥାଏ । ଧାର୍ମିକ ମାନ୍ୟତା ରହିଛି କି ଏହି ପବିତ୍ର ଅବସରରେ ପିତୃପୁରୁଷ ଯମଲୋକରୁ ଧରାପୃଷ୍ଠକୁ ଆସିଥାନ୍ତି ଏବଂ ନିଜ ପରିଜନଙ୍କୁ ଆର୍ଶିବାଦ ପ୍ରଦାନ କରିଥାନ୍ତି । ପରିବାର ଲୋକ ନିଜ ନିଜ ପିତୃପୁରୁଷଙ୍କ ଆତ୍ମାକୁ ସନ୍ତୁଷ୍ଟ କରିବା ପାଇଁ ପିଣ୍ଡଦାନ ସହିତ ତର୍ପଣ କରିଥାନ୍ତି । ଏହାବ୍ୟତିତ ପିତୃପକ୍ଷ ଅବସରରେ ପିତୃପୁରୁଷଙ୍କ ଆତ୍ମା ଶାନ୍ତି ପାଇଁ କିଛି ଜିନିଷ ଦାନ ମଧ୍ୟ କରାଯାଇଥାଏ । ତେବେ ଆସନ୍ତୁ ଜାଣିବ..
ପିତୃପକ୍ଷର ପବିତ୍ର ଅବସରରେ ଭୋଜନ ଦାନ ସବୁଠୁ ଉତ୍ତମ ଦାନ ହୋଇଥାଏ । ଭୋକିଲା, ଗରିବ ବ୍ରାହ୍ମଣଙ୍କୁ ଭୋଜନ କରାଇବା ଉଚିତ୍ । ଯଦି ଭୋଜନ କରାଇବା ସମ୍ଭବ ହୁଏ ନାହିଁ ତେବେ ଭୋଜନ ସାମଗ୍ରୀ ଯେପରିକି ଅଟା, ଚାଉଳ, ଡାଲି , ପନିପରିବା, ଘିଅ, ଗୁଡ, ଲୁଣ ଆଦି ଦାନ କରିବା ଉଚିତ୍ ।
ପିତୃପକ୍ଷରେ ପିତୃପୁରୁଷଙ୍କ ପିନ୍ଧିବା ଯୋଗ୍ୟ ବସ୍ତ୍ର ତଥା ଧୋତି , କୁର୍ତା, ଗାମୁଛା ଆଦି ଦାନ କରିବା ଉଚିତ୍ । ଏହାସହିତ ଜୋତା, ଚପଲ, ଛତା ଆଦି ଦାନ କରିବା ଦ୍ୱାରା ପିତୃଦୋଷ ଏବଂ ରାହୁ-କେତୁ ଦୋଷ ନିବାରଣ ହୋଇଥାଏ ।
ପିତୃପକ୍ଷରେ କଳାଜିରା ଏବଂ ଅକ୍ଷତ ଦ୍ୱାରା ପିତୃପୁରୁଷଙ୍କୁ ତର୍ପଣ କରାଯାଏ । ଏହାଦ୍ୱାରା ପ୍ରସନ୍ନ ହୋଇଥାନ୍ତି ପିତୃପୁରୁଷ । ମାନ୍ୟତା ରହିଛି କି ପିତୃପକ୍ଷରେ କଳାଜିରା ଦାନ କରିବା ଦ୍ୱାରା ଗ୍ରହ ବାଧା ଦୂର ହୋଇଥାଏ । ଏହାସହିତ ପିତୃପୁରୁଷଙ୍କ ଆର୍ଶିବାଦ ପ୍ରାପ୍ତ ହୋଇଥାଏ ।
ପିତୃପକ୍ଷରେ ଘିଅ ଏବଂ ଗୁଡ ଦାନ କରିବା ଶୁଭ ହୋଇଥାଏ । ଧ୍ୟାନ ରଖିବା ଉଚିତ୍ କି କେବଳ ଗାଇ ଘିଅ ହିଁ ଦାନ କରି ପାରିବେ ।
ଧର୍ମ ଗ୍ରନ୍ଥରେ ପିତୃପକ୍ଷରେ ଗାଇ ଦାନ କରିବା ସର୍ବୋତ୍ତମ କୁହାଯାଇଛି । ମାନ୍ୟତା ରହିଛି କି ଗାଇ ଦାନ କରିବା ଦ୍ୱାରା ପିତୃପୁରୁଷଙ୍କୁ ମୁକ୍ତି ମିଳିଥାଏ ଏବଂ ସମସ୍ତ ପିତୃ ଦୋଷ ଦୂର ହୋଇଥାଏ ।