ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ ଡିସେମ୍ବର ୨୫ ରେ କ୍ରିସମସ ପର୍ବ ପାଳନ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହିଦିନ ପ୍ରଭୁ ଜିଶୁ ଖ୍ରୀଷ୍ଟ ଜନ୍ମ ହୋଇଥିଲେ । ଏହି ଅବସରରେ ସାରା ଦୁନିଆରେ ଉତ୍ସବର ମାହୋଲ ରହିଥାଏ । ଲୋକେ ନିଜ ନିଜ ଘରକୁ ସଜାଇଥାନ୍ତି । ସେହିପରି ଚର୍ଚ୍ଚ ଗୁଡିକରେ ସାରା ରାତି ପ୍ରାର୍ଥନା, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥାଏ । ଅବଶ୍ୟ ଭାରତରେ ଏଭଳି ଅନେକ ଚର୍ଚ୍ଚ ରହିଛି ଯାହା ନିଜର ସୌନ୍ଦର୍ଯ୍ୟତା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ । ତେବେ ଆସନ୍ତୁ ଜାଣିବା ସେହି ଚର୍ଚ୍ଚ ବିଷୟରେ..
ଖ୍ରୀଷ୍ଟ ଚର୍ଚ୍ଚ, ଶିମଲା: କୁହାଯାଏ କି ଏହା ଉତ୍ତର ଭାରତର ଦ୍ୱିତୀୟ ସର୍ବପୁରାତନ ଚର୍ଚ୍ଚ । ଅବଶ୍ୟ ସୌନ୍ଦର୍ଯ୍ୟତା ମାମଲାରେ ଏହା ଭାରତର ସବୁଠାରୁ ସୁନ୍ଦର ଚର୍ଚ୍ଚ । ଏହାର ପ୍ରତ୍ୟେକ୍ଷ ପ୍ରମାଣ କ୍ରିସମସ ସମୟରେ ଦେଖିବାକୁ ମିଳିଥାଏ ।
ସେଣ୍ଟ ଆଣ୍ଡ୍ରିୟୁଜ ବାସିଲିକା ଚର୍ଚ୍ଚ ଅର୍ଥୁଙ୍କାଲ: ଏହା ସେଣ୍ଟ ସେବେଷ୍ଟିୟନର ସବୁଠାରୁ ବଡ ଚର୍ଚ୍ଚ ବୋଲି କୁହାଯାଏ । କେରଲରେ ଅବସ୍ଥିତ ଏହି ଚର୍ଚ୍ଚ କୁ ୧୬ତମ ଶତାଦ୍ଦୀରେ ପର୍ତ୍ତୁାଗାଲମାନେ ନିର୍ମାଣ କରିଥିଲେ ।
ଭେଲାଙ୍କନି ଚର୍ଚ୍ଚ: ଏହାର ସୌନ୍ଦର୍ଯ୍ୟତା ଦେଖିବା ଯୋଗ୍ୟ । କୁହାଯାଏ କି ଏହି ଚର୍ଚ୍ଚ ଏତେ ସୁନ୍ଦର ଯେ ଏଥିରୁ ନଜର ହଟାଇବା ମୁସକିଲ । ଏହା ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ।
ସେଣ୍ଟ ପଲ କ୍ୟାଥେଡ୍ରଲ, କୋଲକାତା: ବ୍ରିଟିଶ ମାନଙ୍କ ହୁକୁମରେ ନିର୍ମାଣ କରାଯାଇଥିଲା ଏହି ଚର୍ଚ୍ଚ । ୧୮୩୯ ରେ ଏହି ଚର୍ଚ୍ଚର ମୂଳଦୁଆ ରଖାଯାଇଥିଲା । ୧୮୪୨ ରେ ଶେଷ ହୋଇଥିଲା ଏହାର ନିର୍ମାଣ କାର୍ଯ୍ୟ । ଭାରତୀୟ ଶୈଳୀରେ ଏହି ନିର୍ମାଣ କରିବା ପାଇଁ ଚେଷ୍ଟା କରାଯାଇଛି ।