ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଶେଷରେ ନଇଁଲା ବ୍ରିଟେନ୍ । ସେରମ ଇଂଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟୀକା ‘କୋଭିସିଲ୍ଡ’ କୁ ସ୍ୱୀକୃତି ଦେଇଛି । ଏହାକୁ ନେଇ ନୂତନ ଟ୍ରାଭେଲ ଗାଇଡଲାଇନ ଜାରି କରିଛି ବ୍ରିଟେନ୍ । ତଥାପି କେଁ ରଖିଛି ବ୍ରିଟେନ୍ । ବ୍ରିଟେନ୍ ସରକାରଙ୍କ ପକ୍ଷରୁ କୁହାଯାଇଛି କି, ଯଦି କୌଣସି ଭାରତୀୟ କୋଭିସିଲ୍ଡ ଟୀକାର ଦୁଇଟି ଡୋଜ ନେଇଛନ୍ତି ଏବଂ ସେ ବ୍ରିଟେନ୍ ଯାତ୍ରା କରୁଛନ୍ତି ତଥାପି ତାଙ୍କୁ କ୍ୟାରେଣ୍ଟାଇନରେ ରହିବାକୁ ହେବ । କାରଣ ଭାରତର ଟୀକା ପ୍ରମାଣପତ୍ରକୁ ଅନୁମୋଦନ କରିନାହିଁ ବ୍ରିଟେନ୍ ।
ବ୍ରିଟେନର ନୂତନ ଟ୍ରୋଭେଲ ଗାଇଡଲାଇନ ଅକ୍ଟୋବର ୪ ରୁ ଲାଗୁ ହେବ । ଏଥିରେ କୋଭିସିଲ୍ଡ ନାଁ ମଧ୍ୟ ଯୋଡି ହୋଇଛି ।
ଏହାପୁର୍ବରୁ କୋଭିଡଶିଲ୍ଡ ନେଇଥିବା ଲୋକଙ୍କ ପାଇଁ ବ୍ରିଟେନ ଭ୍ରମଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ଯେଉଁ କାରଣରୁ ବିବାଦ ତୀବ୍ର ହୋଇଥିଲା।