ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ଚାଲିଥିବା ପ୍ରୟାସ ମଧ୍ୟରେ ଏକ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଭାରତକୁ ନେଇ ଖୁଲାସା ହୋଇଛି । ଭାରତରେ ମୁସଲମାନଙ୍କର ସର୍ବାଧିକ ପ୍ରଜନନ ହାର ରହିଛି । ତା ପରେ ରହିଛନ୍ତି ହିନ୍ଦୁ ।
ଆମେରିକାନ ଥିଙ୍କ ଟ୍ୟାଙ୍କ ରିପୋର୍ଟ ମୁତାବକ, ଭାରତରେ ଅନ୍ୟ ଧର୍ମ ତୁଳନାରେ ମୁସଲମାନମାନେ ସବୁଠାରୁ ଅଧିକ ପିଲା ଜନ୍ମ କରିଥାନ୍ତି । ଏହାପରେ ଆସିଥାନ୍ତି ହିନ୍ଦୁ ଏବଂ ସବୁଠାରୁ କମ ପିଲା ଜନ୍ମ କରିଥାନ୍ତି ଜୈନ ଧର୍ମର ଲୋକେ ।
ଆମେରିକାନ ଥିଙ୍କ ଟ୍ୟାଙ୍କ ପ୍ୟୁ ରିସର୍ଚ ରିପୋର୍ଟ ଆହୁରୀ ମଧ୍ୟ କୁହାଯାଇଛି କି, ପ୍ରାୟତଃ ସବୁ ଧର୍ମରେ ଶିଶୁ ଜନ୍ମ ହାରରେ ହ୍ରାସ ଘଟିଛି । ସେହିପରି ଭାରତୀୟ ମୁସଲମାନଙ୍କ ମଧ୍ୟରେ ମୋଟ ଶିଶୁ ଜନ୍ମ ହାରରେ ହ୍ରାସ ଘଟିଛି । ଏହି ହାର ୧୯୯୨ ରେ ପ୍ରତି ମହିଳାଙ୍କର ୪.୪ ରହିଥିଲା , ଯାହା ହ୍ରାସ ପାଇଁ ୨୦୧୫ ରେ ୨.୬ ପହଁଚିଛି । ଅବଶ୍ୟ ଏବେ ବି ମୁସଲମାନମାନେ ସବୁଠାରୁ ଅଧିକ ଶିଶୁ ଜନ୍ମ କରୁଛନ୍ତି । ।