ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସପ୍ତାହରେ ୨ ରୁ ୩ ଥର କେଶ ଧୋଇବା ଜରୁରୀ । କେଶ ସଫା କରିବା ପାଇଁ ମହିଳାମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ସ୍ୟାମ୍ପୁ ବ୍ୟବହାର କରିଥାନ୍ତି । ଏହା କେଶ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । କେଶ ପାଇଁ ହର୍ବାଲ ସ୍ୟାମ୍ପୁ ସବୁଠୁ ଭଲ ବୋଲି କୁହାଯାଇଥାଏ । ସୁସ୍ଥ କେଶ ପାଇଁ ଆପଣ ଘରେ ହର୍ବାଲ ସ୍ୟାମ୍ପୁ ତିଆରି କରି ପାରିବେ । ହର୍ବାଲ ସ୍ୟାମ୍ପୁ ପାଇଁ ଆପଣ ଗ୍ରୀନ୍ ଟି ବ୍ୟବହାର କରିପାରିବେ । ଗ୍ରୀନ ଟି କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ କେଶ ପାଇଁ ମଧ୍ୟ ଉପଯୋଗୀ । କେଶ ମୂଳ ସହ ଜଡିତ ସମସ୍ତ ସସମ୍ୟାକୁ ଦୂର କରିଥାଏ ଗ୍ରୀନ ଟି । ଘରେ ପ୍ରସ୍ତୁତ ହର୍ବାଲ ସ୍ୟାମ୍ପୁରେ କେମିକାଲ ନଥାଏ ଯାହାଦ୍ୱାରା ଆପଣଙ୍କ କେଶ ନଷ୍ଟ ହୋଇନଥାଏ । ତେବେ ଆସନ୍ତୁ ଜାଣିବା ଗ୍ରୀନ ଟି ରୁ ହର୍ବାଲ ସ୍ୟାମ୍ପୁ ତିଆରି କରିବାର ଉପାୟ..
ଘରେ ସହଜରେ ଗ୍ରୀନ ସ୍ୟାମ୍ପୁ ପ୍ରସ୍ତୁତ କରିପାରିବେ । ଏଥିପାଇଁ ଆପଣଙ୍କୁ ଗ୍ରୀନ ଟି ପତି, ପିପରମିଣ୍ଟ ତେଲ, ଲେମ୍ବୁ ରସ, ନଡିଆ ତେଲ , ମହୁ ଏବଂ ଆପଲ ସାଇଡର ଭିନେଗାର ଆବଶ୍ୟକ ହେବ ।
ସ୍ୟାମ୍ପୁ ତିଆରି କରିବା ପାଇଁ ସର୍ବପ୍ରଥମେ ଗ୍ରୀନ ଟି ପତିକୁ ସୁଖେଇକି ପାଉଡର କରି ନିଅନ୍ତୁ । ଏହାପରେ ସେହି ପାଉଡରରେ ଏକ ଚାମଚ ଆପଲ ସାଇଡର ଭିନେଗାର ମିଶାନ୍ତୁ । ଏଥିରେ ଲେମ୍ବୁ ରସ, ନଡିଆ ତେଲ ଏବଂ ମହୁ ମିକ୍ସ କରି ଦିଅନ୍ତୁ ।
ପ୍ରସ୍ତୁତ ହୋଇଥିବା ଏହି ସ୍ୟାମ୍ପୁକୁ ହାତରେ ନେଇ କେଶ ମୂଳରେ ଭଲ ଭାବେ ମସାଜ କରି ନିଅନ୍ତୁ । ଏହାପରେ ସଫା ପାଣିରେ କେଶ ଧୋଇ ଦିଅନ୍ତୁ । କେଶ ପାଇଁ ହର୍ବାଲ ସ୍ୟାମ୍ପୁ ସବୁଠୁ ଭଲ ।
ଗ୍ରୀନ ଟି ସ୍ୟାମ୍ପୁର ଫାଇଦା:- ଏଥିରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ୍ ବି, ଭିଟାମିନ୍ ସି, ଏମିନୋ ଏସିଡ୍ ଏବଂ ଜିଙ୍କ ଭଳି ପୋଷକ ତତ୍ୱ ରହିଥାଏ । ଯାହା କେଶକୁ ବଢାଇବାରେ ସହାୟତା ହୋଇଥାଏ । ଗ୍ରୀନ୍ ଟି ବ୍ୟବହାର କରିବା ଦ୍ୱାରା କେଶରୁ ରୂପି ସମସ୍ୟା ଦୂର ହୋଇ ଯାଇଥାଏ । ଗ୍ରୀନ୍ ଟି ସ୍ୟାମ୍ପୁରେ କେଶ ମୂଳ ମସାଜ କରିବା ଦ୍ୱାରା ରକ୍ତ ସଂଚାଳନ ଭଲ ହୋଇଥାଏ । ଯାହାଦ୍ୱାରା କେଶ ଗହବା ଏବଂ ମଜବୁତ ହୋଇଥାଏ । ଏହାସହିତ କେଶ ପ୍ରାକୃତିକ ରୂପେ ଚମକି ଥାଏ ।