ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରୀ ତୈଳ କମ୍ପାନୀ ପକ୍ଷରୁ ଆଜି ଡିଜେଲ ଦରରେ ବୃଦ୍ଧି ଘଟିଛି । ଡିଜେଲ ଦାମରେ ୨୦ ରୁ ୨୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । କିନ୍ତୁ ସ୍ଥିର ରହିଛି ପେଟ୍ରୋଲ ଦାମ୍ ।
ଏହାପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦାମ ୧୦୧.୧୯ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପିଛା ଦାମ ୮୮.୮୨ ଟଙ୍କା ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦାମ ୧୦୭.୨୬ ଟଙ୍କା ଏବଂ ଡିଜେଲ ଦାମ ୯୬.୪୧ ଟଙ୍କା, କୋଲକାତାରେ ପେଟ୍ରୋଏ ଦାମ ୧୦୧.୬୨ ଟଙ୍କା ଏବଂ ଡିଜେଲ ଦାମ ୯୧.୯୨ ଟଙ୍କା, ଚେନ୍ନାଇରେ ପେଟ୍ରୋଲ ଦାମ୍ ୯୮.୯୬ ଟଙ୍କା ଏବଂ ଡିଜେଲ ଦାମ ୯୩,୪୬ ଟଙ୍କା ।
ସୂଚନାଯୋଗ୍ୟ, ଓଡିଶା, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଜମ୍ମୁକଶ୍ମୀର, ଲଦାଖ ରେ ପେଟ୍ରୋଲ ଦାମ ୧୦୦ ଉପରେ ରହିଛି ।